Latest Odisha News

ବ୍ୟାକଫୁଟରେ ପୁଟିନ ଫୋର୍ସ ! କିଭ୍ ଛାଡି ଡୋନବାସ ଦଖଲ ଉପରେ ଦେଲା ଗୁରୁତ୍ୱ

କିଭ୍: ମାସେ ପରେ ରଣନୀତି ବଦଳାଇଲା ଋଷ ସେନା । ୟୁକ୍ରେନର ରାଜଧାନୀ କିଭ୍ ପରିବର୍ତ୍ତ ଏବେ ଡୋନବାସ ଉପରେ ଅଧିକ ଗୁରୁତ୍ୱ ଦେବାକୁ ନିଷ୍ପତି ନେଇଛି ଋଷ ସେନା। ୟୁକ୍ରେନ ଉପରେ ଫେବୃଆରୀ ୨୪ରେ ରୁଷ ଆକ୍ରମଣ କରିବା ପୂର୍ବରୁ ଡୋନବାସକୁ ୟୁକ୍ରେନରୁ ମୁକ୍ତ କରିଥିଲା । ଏହାପରେ ୟୁକ୍ରେନର ସେନା କ୍ୟାମ୍ପ ପରେ ଲୋକଙ୍କ ଉପରେ ଆକ୍ରମଣ କରିଥିଲା ଋଷ ।

ପ୍ରଥମେ ୟୁକ୍ରେନର ରାଜଧାନୀ କିଭ୍, ଖାରକିଭ ଏବଂ ମାରିଓପୋଲ ଆଦି ସହର ଉପରେ ରୁଷ ସେନା ଆକ୍ରମଣ କରିଥିଲା । ବିଭିନ୍ନ ଫିଲ୍ମ ହଲ, ବଡ ବଡ କୋଠା, ସ୍କୁଲ ଆଦି ଉପରେ ରକେଟ ମାଡ କରି ୟୁକ୍ରେନକୁ ଧ୍ୱସ୍ତବିଧ୍ବସ୍ତ କରି ଦେଇଛି । ମିଳିଥିବା ସୂଚନା ଅନୁଯାୟୀ ବିଗତ ୨୪ ଘଣ୍ଟାରେ ଖାରକିଭ ଉପରେ ଋଷ ସେନା ୫୫ ଥର ରକେଟ ମାଡ଼ କରିଥିବା ସୂଚନା ରହିଛି । ଏବେ ୟୁକ୍ରେନର ତୈଳ ଭଣ୍ଡାର ଉପରେ ଆକ୍ରମଣ କରୁଛି । କିନ୍ତୁ ବିଭିନ୍ନ ଦେଶ ମୁଖ୍ୟତଃ ଆମେରିକା, ୟୁରୋପୀୟ ଦେଶ ୟୁକ୍ରେନ ସେନାକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ପରେ ୟୁକ୍ରେନ ସେନା ମଧ୍ୟ ଋଷ ସେନାକୁ ପାଲଟା ଜବାବ ଦେଇଛି । ୟୁକ୍ରେନକୁ ନାଟୋ ଦେଶ ଅସ୍ତ୍ରଶସ୍ତ୍ର ଯୋଗାଇବ ବୋଲି ନିଷ୍ପତି ନେବା ପରେ ଏବେ ଋଷ ସେନା ଟିକିଏ ବ୍ୟାକଫୁଟକୁ ଆସିଛି ବୋଲି ଜଣାପଡିଛି । ତେଣୁ ଏବେ ୟୁକ୍ରେନର ପ୍ରମୁଖ ଅଞ୍ଚଳକୁ ଦଖଲ କରିବା ପରିବର୍ତ୍ତେ ଡାେନବାସକୁ ନିଜ କବଜାରେ ରଖିବାକୁ ଋଷ ସେନା ନିଷ୍ପତ୍ତି ନେଇଥିବା ସୂଚନା ରହିଛି ।

ଋଷର ଇଣ୍ଟରଫ୍ୟାକ୍ସ ଖବର ସରବରାହ ସଂସ୍ଥା ଅନୁୟାୟୀ, ଡେପୁଟି ଚିଫ୍ ଅଫ୍ ଜେନେରାଲ ଷ୍ଟାଫ୍ ସର୍ଗେଇ ରୁଡ୍ସକୋଇ ଶୁକ୍ରବାର କହିଛନ୍ତି, ଆମ ସେନା ଡୋନବାସ ଉପରେ ଏବେ ଅଧିକ ଫୋକସ କରିବେ। ରୁଡ୍ସକୋଇ ଦାବି କରିଛନ୍ତି ଯେ ରୁଷ ସେନା କିନ୍ତୁ ୟୁକ୍ରେନର ଅନେକ ପ୍ରମୁଖ ସହରକୁ ଘେରି ରହିଛନ୍ତି, କିନ୍ତୁ ଜାଣିଶୁଣି ୟୁକ୍ରେନ ସେନା ଉପରେ ଅଧିକ ଆକ୍ରମଣାତ୍ମକ ହେଉ ନାହାନ୍ତି।

ଉଲ୍ଲେଖଯୋଗ୍ୟ, ଋଷ ସୈନ୍ୟ ୟୁକ୍ରେନର କୌଣସି ବଡ଼ ସହରକୁ ଦଖଲ କରିନଥିବା ବେଳେ ୟୁରୋପୀୟ ଅଧିକାରୀଙ୍କ ଆକଳନ ଅନୁସାରେ ଋଷର ୧୫ ହଜାର ସୈନ୍ୟ ମୃତାହତ ହୋଇ ଥାଇପାରନ୍ତି। ରୁଡ୍ସକୋଇ କିନ୍ତୁ ୧,୩୫୧ ମୃତ ଏବଂ ୩,୮୩୫ ଆହତ ବୋଲି ଦର୍ଶାଇଛନ୍ତି। ମାର୍ଚ୍ଚ ୨ ପରେ ଏହା ପ୍ରଥମ ସରକାରୀ ହିସାବ। ସେ କହିଛନ୍ତି ଯେ ଲୁହାନ୍ସ ପିପୁଲ୍ସ ରିପବ୍ଲିକର ୯୩% ଏବଂ ଡୋନେସ୍କର ୫୪% ଅଞ୍ଚଳକୁ ରୁଷ ସେନା ନିୟନ୍ତ୍ରଣ କରିଛି।

Leave A Reply

Your email address will not be published.