Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ମାନିଲେ ସତ, ନମାନିଲେ ମିଛ: ଦୁଇଦୁଇଥର ମୃତ୍ୟୁମୁଖରୁ ବର୍ତ୍ତିଲା ନାବାଳକ

ପିଲାଟି ନିଜ ପରିବାର ତରଫରୁ ନୂଆ ସାଇକଲଟିଏ ପାଇ ଅତି ଖୁସୀରେ ଚଲାଉଥିବା ସମୟରେ ନିୟନ୍ତ୍ରଣ ହରାଇବସିଥିଲା । ଫଳରେ ଏଭଳି ଅଭାବନୀୟ ଘଟଣା ସିସିଟିଭିରେ କଏଦ ହୋଇଥିଲା

ଭୁବନେଶ୍ୱର: ମାତ୍ର କେଇ ସେକେଣ୍ଡର ଘଟଣା । ଜଣେ ନାବାଳକ ଦୁଇଦୁଇଥର ମୃତ୍ୟୁକୁ ମାତ୍ ଦେଇଥିଲା । ଜଣେ ୮ ବର୍ଷୀୟ ନାବାଳକ ସାଇକଲ ଚଳାଉଥିବା ସମୟରେ ପ୍ରଥମେ ଜଣେ ବାଇକ ଆରୋହୀଙ୍କ ସହ ଧକ୍କା ଖାଇଥିଲା । ପରେ ମାତ୍ର କେଇ ସେକେଣ୍ଡ ମଧ୍ୟରେ ଏକ ବସ ଚକା ତଳେ ଚାପି ହେବା ପୂର୍ବରୁ ଅଲ୍ପକେ ବର୍ତ୍ତିଯାଇଥିଲା ।

ଏହି ସମସ୍ତ ଘଟଣା କାଳ୍ପନିକ ନୁହେଁ । କାରଣ ରାସ୍ତା ପାଖରେ ଲାଗିଥିବା ସିଟିଭିରେ କଏଦ ହୋଇଥିଲା ସମସ୍ତ ଘଟଣା । ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓଟି ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏହି ଭିଡିଓରେ ଆପଣ ପିଲାଟି ସହ ଘଟିଥିବା ଅବିଶ୍ୱସନୀୟ ଘଟଣାକୁ ସ୍ପଷ୍ଟ ଭାବେ ଦେଖିପାରିଥିବେ । ଦୁର୍ଘଟଣା ପରେ ପଛରେ ଆସୁଥିବା ଏକ କାର ଏଭଳି ଘଟଣା ଦେଖି ଅଟକି ଯାଇଥିଲା । ସେଥିରୁ କିଛି ଲୋକ ବାହାରି ପିଲାଟିର ଭଲମନ୍ଦ ଜାଣିବାକୁ ଚେଷ୍ଟା କରିଥିଲେ । ହେଲେ ସୌଭାଗ୍ୟବଶତଃ ପିଲାଟିର ହାତ ଓ ଗୋଡରେ ସାମାନ୍ୟ ଆଘାତ ଲାଗିଥିବା ଜଣାପଡିଥିଲା ।

ସ୍ଥାନୀୟ ଗଣମାଧ୍ୟମ ରପୋର୍ଟ ଅନୁଯାୟୀ ଏହି ଘଟଣାଟି ପ୍ରାୟ ଅପରାହ୍ନ ୪ଟା ୩୦ମିନିଟ୍ ସମୟରେ କେରଳର କନ୍ନୁର ଅନ୍ତର୍ଗତ ଚୋରୁକ୍କଲା ଛକରେ ଘଟିଥିଲା । ପିଲାଟି ନିଜ ପରିବାର ତରଫରୁ ନୂଆ ସାଇକଲଟିଏ ପାଇ ଅତି ଖୁସୀରେ ଚଲାଉଥିବା ସମୟରେ ନିୟନ୍ତ୍ରଣ ହରାଇବସିଥିଲା । ଫଳରେ ଏଭଳି ଅଭାବନୀୟ ଘଟଣା ସିସିଟିଭିରେ କଏଦ ହୋଇଥିଲା ।

Leave A Reply

Your email address will not be published.