Latest Odisha News

BREAKING NEWS

୨୪ ପୂର୍ବରୁ ରାଜଧାନୀରେ ବିଜେପି ଓ ବିଜେଡିର ଶକ୍ତି ପ୍ରଦର୍ଶନ

ଭୁବନେଶ୍ୱର: ରାଜଧାନୀରେ ବିଜେଡି ଓ ବିଜେପିର ଶକ୍ତି ପ୍ରଦର୍ଶନ । ୨୦୨୪ ନିର୍ବାଚନକୁ ପାଖାପାଖି ଦେଢ଼ବର୍ଷ ବାକି ଥିବା ବେଳେ ଭୁବନେଶ୍ୱରରେ ଶାସକ ବିଜେଡି ଓ ବିଜେପି ଶକ୍ତି ପ୍ରଦର୍ଶନ କରିଛନ୍ତି । ଜନତା ମଇଦାନରେ ବିଜେପିର ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ବିଜେଡି ସରକାର ଉପରେ ନଡ୍ଡା ବର୍ଷିବା ସହ ବିଜେପି ସରକାର ଓଡ଼ିଶାରେ ଗଢ଼ିବାର ସମୟ ଆସିଛି ବୋଲି କହିଛନ୍ତି । ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟରେ ସବୁ କ୍ଷେତ୍ରରେ ଦୁର୍ନୀତି ହେଉଥିବା କହି ସରକାରଙ୍କୁ ଘେରିଛନ୍ତି ।

ସେପଟେ ବରମୁଣ୍ଡାରେ ବିଜେପିକୁ କାଉଣ୍ଟର କରି ବଡ଼ଧରଣର ବୈଠକ କରିଛି ବିଜେଡି । ଅକ୍ଟୋବର ୨ରୁ ଜନ ସମ୍ପର୍କ ପଦଯାତ୍ରା ପାଇଁ ପ୍ରସ୍ତୁତି ନେଇ ଓଡ଼ିଶାରେ ନବୀନଙ୍କ ଅନୁପସ୍ଥିତିରେ ବିଜେଡି ପଦଯାତ୍ରା ପ୍ରସ୍ତୁତି କରିଛି । ଯେଉଁଥିରେ ଭର୍ଚୁଆଲରେ ବେଙ୍ଗଳୁରୁରୁ ଯୋଡ଼ି ହୋଇ ସରକାରଙ୍କ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ କର୍ମକର୍ତ୍ତାଙ୍କୁ ବାର୍ତ୍ତା ଦେଇଛନ୍ତି । ଦଳର ମୁଖପାତ୍ର କେନ୍ଦ୍ରୀୟ ଅବହେଳା କଥା ଉଠାଇ ନବୀନ ଓଡ଼ିଶାର ହକ୍ ପାଇଁ ଲଢ଼ୁଥିବା କହିଛନ୍ତି ।

୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ବିଜେଡି-ବିଜେପି ଗୋଟି ଚାଳନା ଆରମ୍ଭ କରି ଦେଇଛନ୍ତି । ଅନ୍ୟପଟେ ଦିନକୁ ଦିନ ଲୋକଙ୍କ ଆସ୍ଥା ହରାଉଥିବା କଂଗ୍ରେସ କହିଛି ବିଜେଡି, ବିଜେପି କରୁଥିବା କାର୍ଯ୍ୟକ୍ରମର କୌଣସି ପ୍ରଭାବ ଦଳ ଉପରେ ପଡ଼ିବ ନାହିଁ ।

Leave A Reply

Your email address will not be published.