Latest Odisha News

BREAKING NEWS

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ 2024 ସୁଦ୍ଧା ଓହରିବ ରୁଷ

ରୁଷ ୟୁକ୍ରେନ ଯୁଦ୍ଧ  ମହାକାଶ କୁ ମଧ୍ୟ ଭାଗ ଭାଗ କରିବାକୁ ବସିଛି । ଯୁଦ୍ଧକୁ ନେଇ ଋଷ ଆମେରିକା ମଧ୍ୟରେ ଛକାପଂଞ୍ଝା ଭିତରେ ଋଷର ମହାକାଶ ସଂସ୍ଥା ରସକସମସ୍ ପକ୍ଷରୁ  ବଡ଼ ଘୋଷଣା କରାଯାଇଛି ।  ଆସନ୍ତା ୨୦୨୪ରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ଓହରିବାକୁ ନିଷ୍ପତ୍ତି ନେଇଛି ଋଷ । ନିଜର ଏକ ସ୍ବତନ୍ତ୍ର ମହାକାଶ କେନ୍ଦ୍ର ଋଷ କରିବାକୁ ଚାହୁଁଛି । ଆଉ ତା ଉପରେ ଏବେ ଫୋକସ ଦେଉଛି ଋଷ । କାରଣ 2024 ସୁଦ୍ଧା ବର୍ତ୍ତମାନ ଚାଲୁଥିବା ମହାକାଶ କେନ୍ଦ୍ର  କାର୍ଯ୍ୟ କରିବ । 2024 ପରେ ତାହା ଅକାମି ହୋଇଯିବ । ଏହାକୁ ନେଇ ଏବେଠୁ ଋଷ ଆଉ ଆମେରିକା ସହ ମହାକାଶ କେନ୍ଦ୍ର ନେଇ ମିଳିତ କାର୍ଯ୍ୟ କରିବ ନାହିଁ ବୋଲି ଘୋଷଣା କରିଛି । ଆଜି ପର୍ଯ୍ୟନ୍ତ ଆମେରିକା ଏବଂ ଋଷର ମହାକାଶ ବୈଜ୍ଞାନିକ ମାନେ ମିଳିତ ହୋଇ ମହାକାଶ କେନ୍ଦ୍ରକୁ ନିୟନ୍ତ୍ରଣ କରୁଥିଲେ ।

ତେବେ ଦୁଇଦେଶ ମଧ୍ୟରେ ଅନେକ କଟକଣା ଲାଗୁ ହୋଇଥିଲେ ମଧ୍ୟ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଦୁଇଦେଶର ବୈଜ୍ଞାନିକମାନେ ଏବେ କାର୍ଯ୍ୟ କରୁଛନ୍ତି । ଏଥିରେ ରାଜନୀତି ନପୁରାଇବାକୁ ଦୁଇ ଦେଶ ଚୁକ୍ତି କରିଛନ୍ତି । ତେବେ ଆଉ ଦୁଇ ବର୍ଷ ପରେ ଆମେରିକା ତାର ନିଜସ୍ବ ମହାକାଶ କେନ୍ଦ୍ର କରିବ ବୋଲି କହୁଥିବା ବେଳେ ଋଷ ମଧ୍ୟ ମହାକାଶରେ ମହାକାଶକେନ୍ଦ୍ର କରିବ । ସେପଟେ ଚୀନ ମଧ୍ୟ ମହାକାଶ କେନ୍ଦ୍ର କରିବାକୁ ଦିନ ରାତି ଏକ କରି କାର୍ଯ୍ୟ କରୁଥିବାବେଳେ ଏପର୍ଯ୍ୟନ୍ତ ସଫଳତା ପାଇନାହିଁ ।

Leave A Reply

Your email address will not be published.