Latest Odisha News

BREAKING NEWS

ଅକ୍ଟୋବର ୧୫ ତାରିଖରେ ଦ୍ୱିତୀୟ କରୋନା ଟିକାର ପଞ୍ଜିକରଣ କରିବ ରୁଷିଆ

ମସ୍କୋ: କରୋନା କାଳରେ ପୁଣି ସାରା ବିଶ୍ୱକୁ ଖୁସି କରିବା ଭଳି ଖବର ଦେଇଛନ୍ତି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଖୁବଶୀଘ୍ର ରୁଷିଆ ଦ୍ୱିତୀୟ କରୋନା ଟିକାର ପଞ୍ଜିକରଣ ଆରମ୍ଭ କରିବ । ଆଜି ଏନେଇ ନିଜେ ପୁଟିନ୍ ସୂଚନା ଦେଇଛନ୍ତି ।

ଦ୍ୱିତୀୟ ଭ୍ୟାକସିନକୁ ବିକଶିତ କରିଛନ୍ତି ଭେକ୍ଟର ରିସର୍ଚ୍ଚ ସେଣ୍ଟର । ଏହାର ନାଁ ରଖାଯାଇଛି EpiVacCorona । ଆସନ୍ତା ଅକ୍ଟୋବର ୧୫ ତାରିଖରେ ପଞ୍ଜିକୃତ କରିବା ପାଇଁ ରୁଷିଆ ସରକାର ନିଷ୍ପତ୍ତି ନେଇଛନ୍ତି ।

ପୁଟିନ୍ କହିଛନ୍ତି, କରୋନା ମୁକାବିଲା କ୍ଷେତ୍ରରେ ବର୍ତ୍ତମାନ ତାଙ୍କ ଦେଶର ହେଲଥ କେୟାର ସିଷ୍ଟମ୍ ଅଧିକ ସୁଦୃଢ଼ ହୋଇଛି । ପ୍ରତିଟି ଜୀବନ ତାଙ୍କ ପାଇଁ ମୂଲ୍ୟବାନ । କରୋନା ଟିକା ବିକାଶ କ୍ଷେତ୍ରରେ ବୈଜ୍ଞାନିକଙ୍କ ଅଙରହ ଉଦ୍ୟମକୁ ପ୍ରଶଂସା କରିଛନ୍ତି ପୁଟିନ ।

ପୂର୍ବରୁ ଅଗଷ୍ଟ ମାସରେ ବିଶ୍ୱର ପ୍ରଥମ ଦେଶ ଭାବରେ ରୁଷିଆ ପ୍ରଥମ କରୋନା ଟିକା Spuntik-V ନେଇ ଘୋଷଣା କରିଥିଲା । ବିଭିନ୍ନ ପର୍ଯ୍ୟାୟରେ ଏହାର ହ୍ୟୁମାନ ଟ୍ରାଏଲ୍ ଚାଲିଥିବା ବେଳେ ସଫଳତା ବି ମିଳୁଛି । ଏଭଳି ସ୍ଥିତିରେ ଦ୍ୱିତୀୟ କରୋନା ଟିକା ନେଇ ଆସିଛି ଖୁସି ଖବର ।

Leave A Reply

Your email address will not be published.