Latest Odisha News

BREAKING NEWS

କେକେଆର ସ୍ୱାଗତରେ ଝଲସିଲା ବୁର୍ଜ ଖଲିଫା

ଦୁବାଇ: ବୁଧବାର ସନ୍ଧ୍ୟାରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଦୁଇଥର ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସଙ୍କ ପ୍ରଥମ ମ୍ୟାଚ ପୂର୍ବରୁ କେକେଆର୍ କୁ ଶୁଭେଚ୍ଛା ଜଣାଇଛି ଦୁନିଆର ଉଚ୍ଚତମ କୋଠା ବୁର୍ଜ ଖଲିଫା । ବାଇଗଣୀ ଓ ସ୍ବର୍ଣ୍ଣିମ ରଙ୍ଗରେ ଝଲସି କେକେଆରକୁ ସ୍ୱାଗତ କରିଛି ୟୁଏଇ ।

ଦଳର ଅଫିସିଆଲ୍ ରଙ୍ଗ ଏବଂ ପ୍ରଦର୍ଶନ ବ୍ୟତୀତ, ଅଧିନାୟକ ଦୀନେଶ କାର୍ତ୍ତିକ, ଇଏନ୍ ମୋର୍ଗାନ୍, ପ୍ୟାଟ୍ କମିନ୍ସ,ସୁନୀଲ ନାରିନ ଏବଂ ଆଣ୍ଡ୍ରେ ରସେଲଙ୍କ ଭଳି କେତେକ ଶ୍ରେଷ୍ଠ ଖେଳାଳିଙ୍କୁ ମଧ୍ୟ ପ୍ରଦର୍ଶନ କରାଯାଇଛି ।

ଏହି ସମୟରେ କେକେଆରର ସଙ୍ଗୀତ ‘କରବୋ ଲଢବୋ ଜିତବୋ’ ମଧ୍ୟ ବାଜିଥିଲା ।

ଏଇ ପ୍ରଦର୍ଶନ ଭିଡିଓକୁ ବୁର୍ଜ ଖଲିଫା ନିଜ ଅଫିସିଆଲ ଟ୍ୱିଟରରେ ସେୟାର କରି ଲେଖିଛି, “#BurjKhalifa welcomes @KKRiders. We wish them good luck with this year’s @IPL.”

Leave A Reply

Your email address will not be published.