Latest Odisha News

BREAKING NEWS

ଅକ୍ଟୋବରରୁ ବିଜୁଳି ମହଙ୍ଗା, ୟୁନିଟ ପିଛା ବଢ଼ିବ ୨୦ ପଇସା

ଭୁବନେଶ୍ୱର: କରୋନା ମହାମାରୀ ଭିତରେ ରାଜ୍ୟରେ ବଢ଼ିଲା ବିଦ୍ୟୁତ ଦର । ୟୁନିଟ୍ ପିଛା ଦର ୨୦ ପଇସା ମହଙ୍ଗା ହେବ । ଆସନ୍ତା ଅକ୍ଟୋବର ପହିଲାରୁ ଲାଗ ହେବ ବର୍ଦ୍ଧିତ ଦର । ବିଜୁଳି ଦର ବୃଦ୍ଧି ନେଇ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ ନିଷ୍ପତ୍ତି ନେଇଛନ୍ତି ।

ତେବେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁସାରେ କୁଟୀର ଜ୍ୟୋତି ଓ ବିପିଏଲ ଚାଷୀ ଉପଭୋକ୍ତାଙ୍କୁ ବର୍ଦ୍ଧିତ ଦରରୁ ବାଦ ଦିଆଯାଇଛି । ବିଦ୍ୟୁତ ଦର ୫୦ ୟୁନିଟ୍ ଯାଏ ୨ଟଙ୍କା ୭୦ ପଇସାକୁ ବୃଦ୍ଧି ପାଇଥିବା ବେଳେ ୧୦୦ ୟୁନିଟ ଯାଏ ୩ ଟଙ୍କା ୬୦ ପଇସା ହୋଇଛି ।

୨ଶହ ୟୁନିଟ୍ ଯାଏ ୪ ଟଙ୍କା ୫ ପଇସା ବୃଦ୍ଧି କରାଯାଇଛି । ସେହିପରି ୩ଶହ ୟୁନିଟ ଯାଏ ୪ଟଙ୍କା ୫୩ ପଇସା, ୪ଶହ ୟୁନିଟ ଯାଏ ୪ ଟଙ୍କା ୭୮ ପଇସା ଓ ୫ ଶହ ୟୁନିଟ ପର୍ୟ୍ୟନ୍ତ ୫ଟଙ୍କା ବୃଦ୍ଧି କରାଯାଇଛି ।

Leave A Reply

Your email address will not be published.