Latest Odisha News

BREAKING NEWS

କରୋନା କାଳରେ ବି ରୁଷ୍‌ ଯାଇ ନେଇପାରିବେ ସ୍ପୁଟ୍‌ନିକ ଭି ଟିକା

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁ ବିଶ୍ବ ପର୍ଯ୍ୟଟନ ଶିଳ୍ପକୁ ଅଧିକ କ୍ଷତି ସହିବାକୁ ପଡ଼ିଛି। କରୋନା ମଣିଷର ଜୀବନଶୈଳୀକୁ ସମ୍ପୂର୍ଣ୍ଣ ବଦଳାଇଦେଇଛି। ସମ୍ପତି ଭ୍ରମଣ ଅନେକଙ୍କ ପାଇଁ ଏକ ସ୍ୱପ୍ନରେ ପରିଣତ ହୋଇଯାଇଛି।

ତେବେ ଦୁବାଇର ଏକ ଟ୍ରାଭେଲ ଏଜେନ୍ସି ଦିଲ୍ଲୀରୁ ମସ୍କୋ ପର୍ଯ୍ୟନ୍ତ ୨୪ ଦିନିଆ ପ୍ୟାକେଜ୍ ଯାତ୍ରା ଆରମ୍ଭ କରିଛି। ଏହା ଅଧୀନରେ, ସେମାନେ ଯାତ୍ରୀମାନଙ୍କୁ ରୁଷକୁ ନେଇଯିବେ ଏବଂ ସାର୍ଟିଫିକେଟ୍ ସହିତ ସ୍ପୁଟ୍‌ନିକ୍‌ ଭି ଟିକାର  ଦୁଇଟି ଡୋଜ୍‌ ମଧ୍ୟ ଦେବେ। ଯାତ୍ରୀମାନଙ୍କ ମଧ୍ୟରେ ଟିକା ବ୍ୟବଧାନକୁ ବିତାଇବା ପାଇଁ ଏହି ୨୪ ଦିନିଆ ପ୍ୟାକେଜ୍ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ଏହି ପ୍ୟାକେଜ୍ ମୂଲ୍ୟ ୧.୨୯ ଲକ୍ଷ ଟଙ୍କା ରହିଛି। ଏହି ପ୍ୟାକେଜ୍‌ରେ ଟିକା ନେବା ଖର୍ଚ୍ଚ ସହିତ ସବୁକିଛି ସାମିଲ୍‌ ରହିଛି।

ସୂଚନା ଅନୁଯାୟୀ ଲୋକମାନେ ପ୍ୟାକେଜ୍‌କୁ ନେଇ ବେଶ୍‌ ଆଗ୍ରହୀ ଥିବା ଜଣାପଡ଼ିଛି। ଏହାଛଡ଼ା “ମେ ୨୯ରେ ଯିବାକୁ ଥିବା ପ୍ରଥମ ବ୍ୟାଚ୍‌ ପ୍ରାୟ ୨୮ ଜଣ ଯାତ୍ରୀଙ୍କ ଲାଗି ବୁକ୍‌ ହୋଇଛି। ପରବର୍ତ୍ତୀ ବ୍ୟାଚ୍‌ ଜୁନ୍‌ ୫ ଏବଂ ଜୁନ୍‌ ୧୫ ପାଇଁ ବୁକ୍‌ ହୋଇଛି।

Comments are closed.