Latest Odisha News

BREAKING NEWS

ଇସ୍ରାଏଲ୍‌କୁ ସମର୍ଥନ କରି ଅଡୁଆରେ ଏହି ଅଭିନେତ୍ରୀ

ଭୁବନେଶ୍ୱର: ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ସଂଘର୍ଷକୁ ନେଇ ସେଲିବ୍ରିଟିମାନେ ମଧ୍ୟ ନିଜ ମନ୍ତବ୍ୟ ରଖୁଛନ୍ତି । ଏହି ଧାରାରେ ସାମିଲ ହୋଇ ୱାଣ୍ଡର୍ ୱିମେନ୍ ଫେମ୍ ଅଭିନେତ୍ରୀ ଗାଲ୍ ଗାଡୋଟ୍ ଇସ୍ରାଏଲ୍ ସପକ୍ଷରେ ଏକ ଟୁଇଟ୍ ଓ ଇନଷ୍ଟା ପୋଷ୍ଟ କରିଥିଲେ । ହେଲେ ଏହି ପୋଷ୍ଟ ପରଠୁ ତାଙ୍କୁ ସୋସିଆଲ୍ ମିଡିଆରେ ଟ୍ରୋଲ୍ ହେବାକୁ ପଡିଥିଲା । ଏଥିପାଇଁ ସେ ଉଭୟ ଟୁଇଟର୍ ଓ ଇନଷ୍ଟାଗ୍ରାମରୁ ଗତ୧୨ ତାରିଖରୁ ନିଷ୍କ୍ରିୟ ଅଛନ୍ତି ।

ଅନେକ ହୁଏ ତ ଜାଣିନଥିବେ ଗାଲ୍ ଗାଡୋଟ୍ ହଲିଉଡରେ କାମ କରୁଥିଲେ ବି ଇସ୍ରାଏଲ୍ ନାଗିରକ । ୨୦୦୪ରେ ସେ ଇସ୍ରାଏଲ୍ ବ୍ୟୁଟି କଣ୍ଟେଷ୍ଟ ଜିତିବା ସହ ଦୁଇବର୍ଷ ସେନାରେ ମଧ୍ୟ କାମ କରିଥିଲେ । ନିଜ ପୋଷ୍ଟରେ ସେ ଇସ୍ରାଏଲକୁ ସମର୍ଥନ କରିବା ସହ ନିଜ ପରିବାର ଲୋକଙ୍କ ସୁରକ୍ଷା ନେଇ ଚିନ୍ତା ବ୍ୟକ୍ତ କରିଥିଲେ । ତେବେ ସୋସିଆଲ୍ ମିଡିଆରେ ଏହି ପୋଷ୍ଟ ପାଇଁ ଗାଲ୍ ଗାଡୋଟ୍‌ଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା । ଯାହାପରେ ସେ ନିଜ ପୋଷ୍ଟରେ କମେଣ୍ଟ ସେକ୍ସନ୍‌କୁ ଅକାମୀ କରିଦେଇଛନ୍ତି ।

 

View this post on Instagram

 

A post shared by Gal Gadot (@gal_gadot)

ଫିଲ୍ମ କ୍ରିଟିକ୍ସଙ୍କ ମତ ଅନୁଯାୟୀ ଏହି ପୋଷ୍ଟର ପ୍ରଭାବ ସିଧାସଳଙ୍କ ଗାଲ ଗାଡୋଟ୍‌ଙ୍କ କ୍ୟାରିଅରରେ ପ୍ରତିଫଳନ ହୋଇପାରେ । ଆଗାମୀ ଦିନରେ ଗାଲ ଗାଡୋଟଙ୍କର ଏକାଧିକ ବଡବଡ ପ୍ରୋଜେକ୍ଟ ଆସୁଥିବାବେଳେ ଫିଲ୍ମପ୍ରେମୀ ଏହି ପୋଷ୍ଟକୁ ନେଇ ତାଙ୍କ ଫିଲ୍ମକୁ ଅଣଦେଖା କରିପାରନ୍ତି । ମିଳିଥିବା ରିପୋର୍ଟ ଅନୁଯାୟୀ ଗାଲ ଗାଡୋଟଙ୍କୁ ଟ୍ରୋଲିଂ ୱାର୍ନର୍ ବ୍ରଦର୍ସ ଭଳି ପ୍ରଡକ୍ସନ୍ କମ୍ପାନୀକୁ ଚିନ୍ତାରେ ପକାଇଛି ।

Leave A Reply

Your email address will not be published.