ନୂଆଦିଲ୍ଲୀ:ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ କ୍ଷମତାରେ ଥିଲେ, ଋଷ-ୟୁକ୍ରେନର ଯୁଦ୍ଧ ହୋଇନଥାନ୍ତା। ଟ୍ରମ୍ପ କହିଛନ୍ତି ଯେ ଯଦି ସେ ପୁଣିଥରେ କ୍ଷମତାକୁ ଫେରନ୍ତି ତାହେଲେ ଋଷ-ୟୁକ୍ରେନ ଯୁଦ୍ଧକୁ ଗୋଟିଏ ଦିନରେ ଶେଷ କରିଦେବେ। କେବଳ ଏହା ନୁହେଁ ତୃତୀୟ ବିଶ୍ୱ ଯୁଦ୍ଧର ଆଶଙ୍କାକୁ ମଧ୍ୟ ଟାଳିପାରିବେ।
ଆସନ୍ତା ବର୍ଷ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ନେତୃତ୍ୱରେ ରିପବ୍ଲିକାନ ପାର୍ଟି ଜୋରଦାର ପ୍ରସ୍ତୁତି ଚଳାଇଛି।
ରିପବ୍ଲିକାନ ପାର୍ଟିର ଏକ ରାଲିରେ ଟ୍ରମ୍ପ କହିଛନ୍ତି, ମୋ ସରକାର କ୍ଷମତାକୁ ଆସିଲେ ତୃତୀୟ ବିଶ୍ୱଯୁଦ୍ଧ ହେବ ନାହିଁ। ଏକ ବିବୃତ୍ତିରେ, ସେ କହିଥିଲେ ଯେ ଯଦି ସେ ଅଛନ୍ତି, ତେବେ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ସକ୍ଷମ ହୋଇନଥାନ୍ତେ। ସେ କହିଥିଲେ ଯେ ଆମ ସମୟରେ ଶାନ୍ତି ବଜାୟ ରଖିବା ପାଇଁ ଅନେକ ଚେଷ୍ଟା ସଫଳ ହୋଇଥିଲା।
ଅନ୍ୟପଟେ ଟ୍ରମ୍ପ କ୍ଷମତାରେ ଥିବା ବେଳେ ଆମେରିକାରେ ଦଙ୍ଗା ହୋଇଥିଲା। ଏହି ମାମଲାରେ ରିପବ୍ଲିକିଆନ୍ ପାର୍ଟିର କର୍ମୀ ଓ ସମର୍ଥକଙ୍କ ସଂପୃକ୍ତି ରହିବା ସହିତ ନିଜେ ଟ୍ରମ୍ପ ଏହି ଦଙ୍ଗାକୁ ଉସକାଇଥିବା ଅଭିଯୋଗ ରହିଛି। ଏହି ମାମଲାରେ ପୋଲିସ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିପାରେ। ଆମେରିକାର ନ୍ୟାୟ ବିଭାଗ ଆଗରେ ଟ୍ରମ୍ପ ଦାବି କରିଥିଲେ ଯେ ତାଙ୍କର ଏହି ମାମଲାରେ ସଂପୃକ୍ତି ନାହଁ। ଏ ନେଇ ଏକ ଆବେଦନ କରିଥିଲେ। ହେଲେ ଗୁରୁବାର କୋର୍ଟ ଏହି ପ୍ରସ୍ତାବକୁ ଖାରଜ କରି ଦେଇଛନ୍ତି।
Comments are closed.