Latest Odisha News

BREAKING NEWS

ଘରୋଇ କମ୍ପାନୀରେ ଚାକିରି କରିଥିବା କର୍ମଚାରୀଙ୍କୁ ଲାଗିପାରେ ଝଟକା, କମିବ ପିଏଫ ସୁଧ!

ନୂଆଦିଲ୍ଲୀ: ଘରୋଇ କ୍ଷେତ୍ରରେ ଚାକିରି କରିଥିବା ଲକ୍ଷ ଲକ୍ଷ ଲୋକଙ୍କୁ ଚଳିତ ମାସରେ ପିଏଫ୍ ସୁଧ ହାର ଉପରେ ଝଟକା ମିଳିପାରେ। ମିଳିଥିବା ସୂଚନା ଅନୁସାରେ ଚଳିତ ଆର୍ଥିକ ବର୍ଷରେ ପିଏଫ ଉପରେ ସୁଧହାର ଆହୁରି ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଯାହା ଗତ ୪୩ ବର୍ଷ ମଧ୍ୟରେ ସର୍ବନିମ୍ନ ସୁଧ ହାର।

୬.୫ କୋଟିରୁ ଅଧିକ ଗ୍ରାହକ ଥିବା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ ବା ଇପିଏଫଓର ପିଏଫ ଜମା ଉପରେ ସୁଧ ହାର ଦଶନ୍ଧି ମଧ୍ୟରେ ସର୍ବନିମ୍ନ ସ୍ତରରେ ରହିଛି। ୨୦୧୯-୨୦ରେ ୮.୬୫ ପ୍ରତିଶତ ଥିବା ବେଳେ ୨୦୨୦-୨୧ ପାଇଁ ସୁଧ ହାର ୮.୫ ପ୍ରତିଶତରେ ଅପରିବର୍ତ୍ତିତ ରଖାଯାଇଛି।

ଆସନ୍ତା ମାର୍ଚ୍ଚ ୨୫-୨୬ ତାରିଖରେ ଇପିଏଫଓର ପରବର୍ତ୍ତୀ ବୈଠକ ବସିବ, ଯେଉଁଥିରେ ସୁଧହାର କଣ ରହିବ ସେ ପ୍ରସଙ୍ଗରେ ନିଷ୍ପତ୍ତି ହୋଇପାରେ ବୋଲି ଏକ ଇଂରାଜୀ ଖବରକାଗଜରେ ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି। ପିଏଫ୍ ଉପରେ ମିଳୁଥିବା ସୁଧହାର ୮ ପ୍ରତିଶତକୁ ହ୍ରାସ କରାଯାଇପାରେ। ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ତେଣୁ ପିଏଫ ଉପରେ ସୁଧ କମାଇବାର କୌଣସି ସୁଯୋଗ ନାହିଁ, କିନ୍ତୁ ଗତବର୍ଷ ତୁଳନାରେ ଏହାକୁ ହ୍ରାସ କରିବା ସମ୍ଭବ, ଯଦି ଏପରି ହୁଏ ତେବେ ଘରୋଇ କ୍ଷେତ୍ରର କୋଟି କୋଟି ଲୋକ ସିଧାସଳଖ ପ୍ରଭାବିତ ହେବେ।

କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ ବା ଇପିଏଫ୍ଓ ଏହାର ଗ୍ରାହକଙ୍କ ଆକାଉଣ୍ଟରେ ଜମା ଅର୍ଥର କିଛି ଅଂଶ ସୁଧ ଆକାରରେ ବିନିଯୋଗ କରିଥାଏ ଏବଂ ୮୫ ପ୍ରତିଶତ ଋଣ ବିକଳ୍ପରେ ବିନିଯୋଗ କରାଯାଇଥାଏ। ବାକି ୧୫ ପ୍ରତିଶତ ସରକାରୀ ସିକ୍ୟୁରିଟି ଓ ବଣ୍ଡ ସମେତ ଇକ୍ୟୁଟିରେ ନିବେଶ କରାଯାଇଥାଏ।

Leave A Reply

Your email address will not be published.