Latest Odisha News

BREAKING NEWS

କଡା ଜବାବ ଦେବୁ, ଆଉ ଜିତିବୁ : ୟୁକ୍ରେନର ଖୋଲା ଧମକ

ଋଷର ସେନା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ପରେ ଏବଂ ୟୁକ୍ରେନର ୧୩ଟି ସ୍ଥାନରେ ଆକ୍ରମଣ କରିବା ପରେ କଡା ପ୍ରତିକ୍ରିୟା ରଖିଛି ୟୁକ୍ରେନ୍ । ଋଷ ୟୁକ୍ରେନ୍ ଉପରେ ସମ୍ପୁର୍ଣ୍ଣ ଆକ୍ରମଣ ଆରମ୍ଭ କରିସାରିଛି । ୧୩ଟି ସ୍ଥାନ ଉପରେ ମିଜାଇଲ୍ ମାଡ ସହ ମାନବ ବିହିନ ଡ୍ରୋନ୍ ମାଦୟମରେ ଆକ୍ରମଣ ଆରମ୍ଭ କରିସାରିଛି ।

କିନ୍ତୁ ହାର ମାନିବନି ୟୁକ୍ରେନ୍, ଋଷକୁ କଡା ଜବାବ ଦେବା ସହିତ ଯୁଦ୍ଧରେ ଜିତିବ ବୋଲି କହିଛି ୟୁକ୍ରେନ୍ ।  ସେପଟେ, ୟୁକ୍ରେନର ବିଭିନ୍ନ ସ୍ଥାନରେ ଋଷ ସେନାର ରକେଟ ମାଡରେ ୟୁକ୍ରେନର ୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ସୂଚନା ରହିଛି । ଏନେଇ ସୂଚନା ଦେଇଛନ୍ତି ୟୁକ୍ରେନ ଗୃହମନ୍ତ୍ରୀ ।

ଅନ୍ୟପଟେ ଋଷକୁ କଡା ଜବାବ ଦେବାକୁ ବାହାରିଛି ୟୁକ୍ରେନ । ୟୁକ୍ରେନ ଆକାଶରେ ଦେଖିବାକୁ ମିଳିଛି ଫାଇଟର ଜେଟ୍ । ଏହାସହ ସହାୟତା ପାଇଁ ତୁର୍କୀ ସାହାଯ୍ୟ ଲୋଡିଲେ ୟୁକ୍ରେନ ରାଷ୍ଟ୍ରପତି । ୟୁକ୍ରେନରେ ଆକ୍ରମଣ ଇଲାକାରୁ ଲୋକଙ୍କୁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଶିବିରକୁ ସ୍ଥାନାନ୍ତର କରାଯାଇଛି । ଏହାସହ ଦେଶବାସୀଙ୍କ ନିଜ ନିଜ ଘରେ ରହବାକୁୁ ଅପିଲ କଲେ ୟୁକ୍ରେନ ରାଷ୍ଟ୍ରପତି ।

Comments are closed.