Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଋଷ-ୟୁକ୍ରେନ ଯୁଦ୍ଧ : ୟୁକ୍ରେନ ଉପରେ ମିଲିଟାରୀ ଅପରେସନ ଘୋଷଣା

ନୂଆଦିଲ୍ଲୀ: ଆରମ୍ଭ ହେଲା ଯୁଦ୍ଧ । ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ଯୁଦ୍ଧର ରୂପ ନେଇଛି । ୟୁକ୍ରେନ ବିପକ୍ଷରେ ସେନା ଅପରେସନ ପାଇଁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିର୍ଦ୍ଦେଶ ଦେଇଛନ୍ତି । ପୁଟିନ୍ ଚେତାବନୀ ଦେଇଛନ୍ତି ଯେ ଋଷର କାର୍ଯ୍ୟରେ ଯେକୌଣସି ଦେଶ ହସ୍ତକ୍ଷେପ କରିବେ ତାହାଲେ ତାହାର ପରିଣାମ ଭୟଙ୍କର ହେବ ।

ୟୁକ୍ରେନ ଉପରେ ମିଲିଟାରୀ ଅପରେସନ ନେଇ ଘୋଷଣା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ମିଲିଟାରୀ ଅପରେସନ ନେଇ ଋଷ୍‌ ନିର୍ଦ୍ଦେଶ ଦେଇଥିବା ଆନ୍ତର୍ଜାତୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି । ପୁଟିନଙ୍କ ଯୁଦ୍ଧ ଘୋଷଣା ପରେ ଦ୍ରୁତ ଗତିରେ ୟୁକ୍ରେନ ଆଡ଼କୁ ଅଗ୍ରସର ହେଉଛି ଋଷ ସେନା ।

ସେପଟେ ଋଷ ପକ୍ଷରୁ ପ୍ରଥମେ ଆକ୍ରମଣ ପରେ ଏବେ ୟୁକ୍ରେନ ଏହାର ଜବାଦ ଦେବା ଆରମ୍ଭ କରିଛି । ୟୁକ୍ରେନ ଆକାଶରେ ଏବେ ଫାଇଟର ଜେଟ ପଇଁତରା ମାରୁଥିବା ବେଳେ ଋଷର ୫ଟି ଫାଇଟର ବିମାନକୁ ରକେଟ ମାଡ କରି ଆକାଶପଥରେ ହିଁ ଧ୍ୱଂସ କରିଥିବା କହିଛି ୟୁକ୍ରେନ୍ ସେନା । ଲୁହାନସ୍କରେ ଗୋଟିଏ ହେଲିକପ୍ଟରକୁ ଆକାଶପଥରେ ନଷ୍ଟ କରାଯାଇଥିବା ନେଇ ଦାବି କରିଛି ୟୁକ୍ରେନ ସେନା ।

ଏଭଳି ଭୟାବହ ସ୍ଥିତି ଭିତରେ ଋଷ ବିରୋଧରେ ନାଟୋ ଦେଶ ଲଢିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି । ୟୁକ୍ରେନର ବିଭିନ୍ନ ସ୍ଥାନରେ ଋଷ ସେନାର ରକେଟ ମାଡରେ ୟୁକ୍ରେନର ୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ସୂଚନା ରହିଛି ।

Comments are closed, but trackbacks and pingbacks are open.