Latest Odisha News

BREAKING NEWS

ସ୍ୱୀଡେନ, ଫିନଲାଣ୍ଡକୁ ଧମକାଇଲା ରୁଷ

ମସ୍କୋ: ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ବିଶ୍ୱ ସମୁଦାୟ ବିଶେଷ କରି ନାଟୋ ସଦସ୍ୟ ନୀରବ ରହିବା ରୁଷର ସାହସ ବଢ଼ାଇ ଦେଇଛି । ଶନିବାର ନାଟୋର ସାମିଲ ହେଲେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହ ବୋଲି ସ୍ୱୀଡେନ ଓ ଫିନଲାଣ୍ଡକୁ ରୁଷ ଧମକ ଦେଇଛି । ଅନ୍ୟ ଦେଶକୁ ସୁରକ୍ଷା ଦେବାକୁ ଯାଇ ନିଜକୁ ବିପଦରେ ପକାଅ ନାହିଁ ରୁଷ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ, ଫିନଲାଣ୍ଡ ପ୍ରଧାନମନ୍ତ୍ରୀ ସାନା ମାରିନା ସୁରକ୍ଷା ପାଇଁ ନାଟୋର ସଦସ୍ୟତା ନେଇ ମତ ରଖିବାରୁ ରୁଷ ରାଗିଯାଇଛି । ସ୍ୱୀଡେନ ମଧ୍ୟ ୟୁକ୍ରେନ ଆକ୍ରମଣ ନେଇ ନିନ୍ଦା କରିଥିଲା । ରୁଷର ଧମକ ପରେ ଏହି ଦେଶଗୁଡିକ ପକ୍ଷରୁ କୌଣସି ବୟାନ ଆସି ନାହିଁ ।

Comments are closed, but trackbacks and pingbacks are open.