Latest Odisha News

BREAKING NEWS

Russia Will Support India: ୟେ ଦୋସ୍ତି ହମ୍ ନେହିଁ ତୋଡେଙ୍ଗେ…,ଭାରତ ସମ୍ପର୍କରେ ରୁଷର ବଡ଼ ବୟାନ… ‘ସବୁବେଳେ ଭାରତ ସମର୍ଥନରେ…’

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ପ୍ଲାନରେ ପାଣି ଫେରିଲା

ମୋଦି-ପୁଟିନଙ୍କ ସମ୍ପର୍କରେ ଆଣିବାକୁ ଚାହୁଁଥିଲେ ଦୂରତା

ହେଲେ ବନ୍ଧନ ଅତୁଟ ଦେଖାଇଦେଲେ ରୁଷ-ଭାରତ

ୟେ ଦୋସ୍ତି ହମ୍ ନେହିଁ ତୋଡେଙ୍ଗେ… ଶୋଲେର ଜୟ ଏବଂ ବୀରୁଙ୍କ ବନ୍ଧୁତା ଉପରେ ଆଧାରିତ ଏହି ଗୀତଟି ରୁଷ ଏବଂ ଭାରତ ପାଇଁ ପୁରା ଉପଯୁକ୍ତ। ହଁ, ନିଶ୍ଚିତ ଭାବରେ, ଆମେରିକାର ଚାପରେ ଭାରତ ରୁଷରୁ ତେଲ କ୍ରୟ ହ୍ରାସ କରିଛି। ହେଲେ ଏହା ରୁଷ ଏବଂ ଭାରତ ମଧ୍ୟରେ ବନ୍ଧୁତାକୁ କେବେ ବି ପ୍ରଭାବିତ କରିବ ନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଆଉ ରୁଷରୁ ତେଲ କିଣିବ ନାହିଁ ବୋଲି ଦୃଢୋକ୍ତି ରଖିଥିବା ବେଳେ ଏହାରି ଭିତରେ ଏବେ ରୁଷ ଭାରତର ସପକ୍ଷରେ ଏକ ବଡ଼ ବୟାନ ଜାରି କରିଛି। ରୁଷ ଭାରତର BRICS ସଭାପତିତ୍ୱକୁ ସମର୍ଥନ କରିଛି। ଯାହା ପୁଣି ଥରେ ପ୍ରମାଣ କରିଛି ଭାରତ ଏବଂ ରୁଷର ବନ୍ଧୁତ୍ୱ ଏତେ ସହଜରେ ଭାଙ୍ଗି ଯାଇ ପାରିବ ନାହିଁ।

ରୁଷ ବୈଦେଶିକ ମନ୍ତ୍ରୀ ସେରଗେ ଲାଭରୋଭ ସୋମବାର ରାଷ୍ଟ୍ରପତି ପୁଟିନଙ୍କ ପକ୍ଷରୁ ଏକ ବିବୃତ୍ତି ଜାରି କରିଛନ୍ତି। ଏଥିରେ କୁହାଯାଇଛି ଯେ ରୁଷ ବ୍ରିକ୍ସ ଅଧ୍ୟକ୍ଷ ଭାବରେ ଭାରତକୁ ପୂର୍ଣ୍ଣ ସମର୍ଥନ କରୁଛି ଏବଂ ବ୍ରିକ୍ସ ଏଜେଣ୍ଡା ପୂରଣ କରିବାରେ ଭାରତ ସହିତ ଠିଆ ହୋଇଛି। ବର୍ତ୍ତମାନର ପରିସ୍ଥିତିକୁ ବିଚାର କରି, ଆତଙ୍କବାଦ ଏବଂ ଶକ୍ତି ସୁରକ୍ଷା ଉପରେ ଭାରତର ଏଜେଣ୍ଡା ପ୍ରାସଙ୍ଗିକ ଏବଂ ଯୁକ୍ତିଯୁକ୍ତ। ତେଣୁ, BRICS ଶିଖର ସମ୍ମିଳନୀରେ ଭାରତ ଦ୍ୱାରା ଉପସ୍ଥାପିତ ହେବାକୁ ଥିବା ଏଜେଣ୍ଡା ବର୍ତ୍ତମାନର ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା କରିବାକୁ ସକ୍ଷମ, ଏବଂ ରୁଷ ପ୍ରତ୍ୟେକ ସ୍ତରରେ ଭାରତକୁ ସମର୍ଥନ କରିବ।

ଅପରପକ୍ଷେ ଯୁକ୍ତରାଷ୍ଟ୍ର ଆମେରିକା ରୁଷ ସହିତ ତୈଳ ବାଣିଜ୍ୟ ବନ୍ଦ କରିବାକୁ ଭାରତ ଉପରେ ଚାପ ପକାଉଛି। ଏହି ସର୍ତ୍ତରେ, ଆମେରିକା ଭାରତ ସହିତ ୫୦୦ ନିୟୁତ ଡଲାରର ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିଛି। ରୁଷ ସହିତ ତୈଳ ବାଣିଜ୍ୟ ପାଇଁ ଦଣ୍ଡ ସ୍ୱରୂପ ଲାଗୁ ହୋଇଥିବା ୨୫ ପ୍ରତିଶତ ଶୁଳ୍କ ପ୍ରତ୍ୟାହାର କରାଯାଇଛି।  ଆଉ ଆମେରିକା ଦାବି କରିଛି ଯେ ଭାରତ ରାଜି ହୋଇଛି ରୁଷରୁ ଆଉ ତେଲ କିଣିବ ନାହିଁ। ଆମେରିକା ରାଷ୍ଟ୍ରପତି ଚାହାଁନ୍ତିନି ଯେ ଭାରତ ଋଷରୁ ତେଲ କିଣୁ । ହେଲେ ଭାରତ ଏହାକୁ ସ୍ପଷ୍ଟ ଭାବ ପ୍ରତ୍ୟାଖ୍ୟାନ କରିଥିବା ବେଳେ ଜନତାଙ୍କ ସ୍ୱାର୍ଥକୁ ଆଗରେ ରଖିବା ବୋଲି କହିଛି। ତଥାପି ଚାପରେ ଏବେ ଭାରତ ରୁଷରୁ ତୈଳ କିଣିବା ହ୍ରାସ କରିଥିବା ବେଳେ ଭେନେଜୁଏଲା ଭଳି ଦେଶ ସହିତ ତେଲ ବାଣିଜ୍ୟ ଆରମ୍ଭ କରିଛି। ଏହା ପରେ ବି ରୁଷର ଏପରି ବୟାନ ପରେ ମନେହେଉଛି ଭାରତ ଏବଂ ରୁଷର ବର୍ଷ ବର୍ଷର ସମ୍ପର୍କ ଏ ସବୁ ଉପରେ। ଯାହାର ପ୍ରତିବଦ୍ଧତା ବାରମ୍ବାର ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ।

Comments are closed.