Latest Odisha News

BREAKING NEWS

ରୁଷର ରକେଟ୍ ମାଡ଼ରେ ୟୁକ୍ରେନର ଶିଶୁ ହସ୍ପିଟାଲ ଛାରଖାର

ଓଡ଼ିଶା ସମ୍ବାଦ ବ୍ୟୁରୋ: ରୁଷ-ୟୁକ୍ରେନ୍ ଯୁଦ୍ଧ ଜୋରଦାର ହେଉଛି । ଗୋଟିଏ ପରେ ଗୋଟିଏ ସହରରେ ରୁଷ୍ ସେନା ଚଳାଇଛି ଆତଙ୍କରାଜ । ମାରିୟୁପୁଲର ଗୋଟିଏ ଶିଶୁ ହସ୍ପିଟାଲରେ ରକେଟ୍ ମାଡ଼ କରୁଛି ରୁଷ୍ ସେନା । ଏଥିରେ ହସ୍ପିଟାଲ ଛାରଖାର ହୋଇଛି । ପିଲାଙ୍କ ହସ୍ପିଟାଲ ଓ ପ୍ରସୂତୀ କେନ୍ଦ୍ରକୁ ଉଡ଼ାଇ ଦେଇଛନ୍ତି ପୁଟିନ୍ ସୈନ୍ୟ ।

ଏହି ଘଟଣାରେ ୧୭ ଜଣ ଆହତ ହୋଇଛନ୍ତି । କିଛି ଲୋକ ଭଗ୍ନାଂବଶେଷ ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି କହିଛନ୍ତି, ମାରିୟୁପୋଲରେ ଥିବା ମେଟରନିଟି ହସ୍ପିଟାଲ ଉପରେ ରୁଷ ସିଧାସଳଖ ଆକ୍ରମଣ କରିଛି । ଏହା ଅତ୍ୟନ୍ତ ଅତ୍ୟାଚାର । ଆଉ କେତେ ଦିନ ଯାଏ ବିଶ୍ୱ ଏଭଳି ଆତଙ୍କବାଦକୁ ଅଣଦେଖା କରିବ ?

ୟୁକ୍ରେନ୍‌ର ମାରିୟୁପୁଲରେ ଶିଶୁ ହସ୍ପିଟାଲ୍‌ ଉପରେ ରୁଷ୍ ଆକ୍ରମଣକୁ ନିନ୍ଦା କରିଛି ଜାତିସଂଘ । ଏହା ଏକ ଅତ୍ୟନ୍ତ ଅମାନୁଷିକ ଓ ବର୍ବରତା କାର୍ୟ୍ୟ ବୋଲି ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ । ଏଭଳି ହିଂସା ବନ୍ଦ ହେବା ଦରକାର । ପାଶ୍ଚାତ୍ୟ ରାଷ୍ଟ୍ର ଗୋଷ୍ଠୀ ମଧ୍ୟ ରୁଷର ଏଭଳି ଆଚରଣକୁ ତୀବ୍ର ନିନ୍ଦା କରିଛି ।

Comments are closed, but trackbacks and pingbacks are open.