Latest Odisha News

BREAKING NEWS

ଭାଲୁ ମଡେଲିଂ କରୁଛି !

ମସ୍କୋ: ମଣିଷ ମଡେଲିଂରେ ନିଜର କ୍ୟାରିୟର କରୁଛି । କିନ୍ତୁ ଆପଣମାନଙ୍କୁ ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ ରୁଷିଆରେ ଏପରି ଏକ ଭାଲୁ ଅଛି ଯିଏ କି ମଡେଲିଂ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କାର ପାରିଶ୍ରମିକ ପାଉଛି । ଏହି ଭାଲୁର ନାମ ହେଲା ଷ୍ଟିଫେନ । ଏହାକୁ ସୋସିଆଲ ସାଇଟରେ ଲୋକପ୍ରିୟ କରାଇଛନ୍ତି ଫଟୋଗ୍ରାଫର ମିଲା ଝାନଡୋଭା ।

ଭାଲୁ ସହିତ ନାମୀ ଦାମୀ ରୁଷୀୟ ମଡେଲରଙ୍କ ଫଟୋ ମଧ୍ୟ ସିଏ ଉଠାଇଛନ୍ତି । ପିଲା ବେଳୁ ଶ୍ୱେତଲେନା ଓ ୟୁରି ପାନଟିଲେଙ୍କୋ ଭାଲୁଟିକୁ ପୋଷିଥିଲେ । ଷ୍ଟିଫେନକୁ ୩ ବର୍ଷ ହୋଇଥିବା ବେଳେ ତା ମାଆ ମୃତ୍ୟୁବରଣ କରିଥିଲା । ଷ୍ଟିଫେନ ଏହା ପରେ ସମ୍ପୂର୍ଣ୍ଣ ଭାବେ ମଣିଷଙ୍କ ଗହଣରେ ଚଳିଲା । ଟିଭି ଦେଖିବା ଓ ପାଣିରେ ଖେଳିବାକୁ ପସନ୍ଦ କରୁଥିଲା ।ମିଲା ଥରେ ଏହି ଭାଲୁକୁ ନେଇ ଫଟୋ ଶୁଟ କରିଥିଲେ । କ୍ୟାମେରା ଆଗରେ ସେ ସମ୍ପୂର୍ଣ୍ଣ ଭାବେ ସ୍ଥିର ଥିଲା ଏବଂ ଫଟୋଗ୍ରାଫର କଥା ମାନୁଥିଲା । ବାସ୍ ଏହି ଠାରୁ ଆରମ୍ଭ ହେଲା ଷ୍ଟିଫନେର ମଡେଲିଂ କ୍ୟାରିୟର । ଦିନକୁ ଦିନ ଏହି ମଡେଲର ଭାଲୁର ପ୍ରଶଂସକ ସଂଖ୍ୟା ବଢ଼ିବାରେ ଲାଗିଛି ।

Leave A Reply

Your email address will not be published.