Latest Odisha News

BREAKING NEWS

ଚନ୍ଦ୍ରରେ ପଂହଚିଲା ନୋକିଆ, ୪ଜି ନେଟୱର୍କ ସେବା ଯୋଗାଇବ

ନ୍ୟୟର୍କ: ନୋକିଆର ହାତ ଚନ୍ଦ୍ରରେ ପଂହଚିଲା । ସେଠାରେ ୪ଜି ନେଟୱର୍କ ସ୍ଥାପନ ପାଇଁ ଅନୁମତି ହାସଲ କରିଛି ଏହି କମ୍ପାନୀ । ଏଥିପାଇଁ ନୋକିଆ ଆମେରିକା ତଥା ବିଶ୍ୱର ପ୍ରମୁଖ ମହାକାଶ ଗବେଷଣା ସଂସ୍ଥା ନାସାଠାରୁ ୧୪.୧ ମିଲିୟନ ଆମେରିକୀୟ ଡଲାରର କାର୍ଯ୍ୟଦେଶ ପାଇଛି । ଏହା ବ୍ୟତୀତ ଚନ୍ଦ୍ର ତଥା ମହାକାଶ ବିଜ୍ଞାନ ବିଷୟରେ ଗବେଷଣା କରାଯିବ । ନୋକିଆର ରିସର୍ଚ୍ଚ ଆର୍ମ ବେଲ୍ ଲାବ୍ ଏ ବିଷୟରେ କାର୍ଯ୍ୟ କରିବ । ନୋକିଆ ନେଟଓ୍ୱର୍କ ଓ୍ୱାରଲେସ୍ ସପୋର୍ଟ ପ୍ରଦାନ କରିବ ।

ନେଟଓ୍ୱର୍କ ବିସ୍ତାର ଅନ୍ୟ କେତକ ଗବେଷଣା ପାଇଁ ନାସା ଚନ୍ଦ୍ରରେ ୪ଜି ନେଟୱର୍କ ସ୍ଥାପନ କରିବା ପାଇଁ ଯାଉଛି । ୟୁନାଇଟେଡ୍ ପ୍ରେସ ଇଣ୍ଟରନ୍ୟାସନାଲ୍‌ର ସୂଚନା ଅନୁସାରେ ଚନ୍ଦ୍ରରେ ନାସା ଗବେଷଣାଗାର ପ୍ରତିଷ୍ଠା କରିବା ପାଇଁ ଯାଉଛି । ୨୦୨୮ ବେଳକୁ ମହାକାଶଚାରୀ ଏବଂ ବୈଜ୍ଞାନିକମାନେ ଏଠାରେ ରହି ବିଭିନ୍ନ ଗବେଷଣା କରିବେ । ସେଠାରେ ନୂତନ ପ୍ରଯୁକ୍ତି ବିଜ୍ଞାନ ଏବଂ ଅନ୍ୟ କେତକ  ଗବେଷଣା କରାଯିବ ।ସେଠାରେ ବିଭିନ୍ନ ବୈଜ୍ଞାନିକ ଉପକରଣ ବ୍ୟବହାର କରାଯିବ ।

Leave A Reply

Your email address will not be published.