Latest Odisha News

ମସ୍କୋ ଗଲା ଋଷୀୟ ଇଞ୍ଜିନିୟରଙ୍କ ମୃତଦେହ

ପାରାଦ୍ୱୀପ : ଋଷୀୟ ନାଗରିକଙ୍କ ମୃତ୍ୟୁ ଘଟଣା। ଋଷ ନାଗରିକ ମିଲ ୟାକୁବ ସର୍ଜାଇଙ୍କ ମର ଶରୀର ବ୍ୟବଚ୍ଛେଦ ପରେ ମସ୍କୋ ପଠାଯାଇଛି  । ପାରାଦ୍ୱୀପ ବନ୍ଦର ଜାହାଜରେ ମୃତ୍ୟୁ ଘଟିଥିବା ଋଷ ନାଗରିକଙ୍କର ଗତକାଲି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଥିଲା  । ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା ଯେ ହୃଦ୍‌ଘାତରେ ଋଷ ନାଗରିକଙ୍କର ମୃତ୍ୟୁ ଘଟିଛି  । ତେବେ ବନ୍ଦର ପକ୍ଷରୁ ଏହି ସମସ୍ତ ଘଟଣା ବିଷୟରେ ନୂଆଦିଲ୍ଲୀରେ ଅବସ୍ଥାପିତ ଋଷ ଦୂତାବାସକୁ ଅବଗତ କରାଇ ଦିଆଯାଇଛି  ।

ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ଋଷୀୟ ଚିଫ୍‌ ଇଞ୍ଜିନିୟରଙ୍କର ସନ୍ଦେହଜକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଥିଲା । ଖବର ପାଇ ପାରାଦ୍ୱୀପ ପୋର୍ଟ ପୋଲିସ ଋଷୀୟ ନାଗରିକଙ୍କ ମୃତ ଦେହ ଉଦ୍ଧାର କରିଥିଲା । ପରେ ଋଷୀୟ ନାଗରିକଙ୍କ କିପରି ମୃତ୍ୟୁ ଘଟିଥିଲା ସେନେଇ ଅନେକ ପ୍ରଶ୍ନ ଉଠିଥିଲା । କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଥିଲା । ସେପଟେ ରାୟଗଡ଼ାରେ ୨ ଜଣ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ପାରାଦ୍ୱୀପ ବନ୍ଦର ଜାହାଜରେ ଅନ୍ୟ ଜଣେ ଋଷ ନାଗରିକଙ୍କ ମୃତ୍ୟୁ ଘଟଣା ନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଥିଲା  ।

Comments are closed.