Latest Odisha News

BREAKING NEWS

ବର୍ଗର୍ ଖାଇବା ପାଇଁ ଖର୍ଚ୍ଚ କଲେ ୨ ଲକ୍ଷ ଟଙ୍କା

ଭୁବନେଶ୍ୱର: ଋଷିଆର ଜଣେ ବ୍ୟକ୍ତି ପ୍ରମାଣିତ କରିଛନ୍ତି ଯେ, ହାତରେ ଅପର୍ଯ୍ୟାପ୍ତ ଟଙ୍କା ଥିଲେ କିଛି ବି କରାଯାଇପାରେ । ତେବେ ସେହି ବ୍ୟକ୍ତି ଜଣଙ୍କ କଥା ଶୁଣିଲେ ଆପଣଙ୍କର ବି ହୋସ୍ ଉଡିଯିବ । କେବଳ ବର୍ଗର୍ ଖାଇବା ପାଇଁ ଜଣେ ବ୍ୟକ୍ତି ୨ ଲକ୍ଷ ଭଳି ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିଛନ୍ତି ।

ଋଷିଆର କୋଟିପତି ଭିକ୍ଟର ମାର୍ଟିନୋଭ । ଏହି ବ୍ୟକ୍ତି ଜଣକ ନିଜ ପ୍ରେମିକା ସହ କ୍ରିମିଆରେ ଛୁଟି ମନାଇବାକୁ ପହଂଚିଥିଲେ । ସ୍ଥାନୀୟ ଅଂଚଳରେ ଥିବା ଖାଦ୍ୟଗୁଡିକ ଖାଇଖାଇ ତାଙ୍କୁ ଆଉ ପସନ୍ଦ ଆସିନଥିଲା । ସେଥିପାଇଁ ସେ ମ୍ୟାକ୍ ଡୋନାଲ୍ଡ ବର୍ଗର୍ ଖାଇବାକୁ ମନ ବଳାଇଥିଲେ । ତେବେ ବର୍ଗର୍ ପାଇଁ ଉଦ୍ଧିଷ୍ଟ ଦୋକାନ କ୍ରିମିଆଠାରୁ ୩୬୨ କିମି ଦୂରରେ ରହିଥିଲା । ଏ କଥା ଜାଣିବା ପରେ ଭିକ୍ଟର ନେଇଥିଲେ ଚରମ ନିଷ୍ପତ୍ତି ।

ବର୍ଗର୍ ଖାଇବା ନେଇ ଭିକ୍ଟରଙ୍କୁ ଏପରି ନିଶା ଘାରିଥିଲା, ଯାହା କୋକେନ୍ କିମ୍ବା ବ୍ରାଉନ୍ ସୁଗାର୍ ଭଳି ନିଶାକୁ ବି କାଟିଦେବ । ଜାଣି ଆଶ୍ଚର୍ଯ୍ୟ ହେବେ କେବଳ ବର୍ଗର୍ ଖାଇବା ପାଇଁ ସେ ୨ ଲକ୍ଷ ଟଙ୍କା ଦେଇ ଏକ ହେଲିକପ୍ଟର ଭଡାସୂତ୍ରରେ ଆଣିଥିଲେ । ଯେଉଁଥିରେ ବସି ସେ ପହଂଚିଥିଲେ ବର୍ଗର୍ ଖାଇବାକୁ । ମିଳିଥିବା ରିପୋର୍ଟ ଅନୁଯାୟୀ ବର୍ଗର୍‌, ଫ୍ରେଂଚ ଫ୍ରାଇଜ୍ ଓ ମିଲ୍କ ସେକ୍‌ର ଦାମ୍ ପାଖାପାଖି ୪୯୦୦ଟଙ୍କା ଥିଲାବେଳେ ଭିକ୍ଟର ଯିବାଆସିବା ପାଇଁ ଖର୍ଚ୍ଚ କରିଥିଲେ ୨ ଲକ୍ଷ ଟଙ୍କା ।

ଖୋଳତାଡରୁ ଜଣାପଡିଛି ଭିକ୍ଟର ମସ୍କୋର ଏକ ହେଲିକପ୍ଟର ବିକ୍ରୟକାରୀ କମ୍ପାନୀର ସିଇଓ ପଦବୀରେ ଅଛନ୍ତି । ବର୍ଗର୍ ଖାଇବା ପାଇଁ ସେ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ନେଇ ସୋସିଆଲ୍ ମିଡିଆରେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ।

Leave A Reply

Your email address will not be published.