Latest Odisha News

BREAKING NEWS

କରୋନା ଟୀକାକରଣ ପାଇଁ କମିଟି ଗଠନ କଲେ ରାଜ୍ୟ ସରକାର

ଭୁବନେଶ୍ବର: ଟୀକାକରଣ ବ୍ୟବସ୍ଥା ସହଜ କରିବାକୁ ରାଜ୍ୟ ସରକାର ଗଠନ କଲେ କମିଟି । ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ କମିଟି ଗଠନ କରାଯାଇଛି ।୨୧ ଜଣିଆ ରାଜ୍ୟସ୍ତରୀୟ କମିଟିର ଅଧ୍ୟକ୍ଷ ରହିବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ । ଏଥିରେ ସଦସ୍ୟ ସଚିବ ଭାବେ କାମ କରିବେ ରାଜ୍ୟ ଟୀକାକରଣ ଅଧିକାରୀ । ସେହିପରି ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର, କ୍ୟାପିଟାଲ ହସ୍ପିଟାଲ ଓ ଏସସିବି ବଡ଼ ମେଡିକାଲର କିଛି ବିଭାଗୀୟ ମୁଖ୍ୟଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀ ଓ ବିଶେଷଜ୍ଞ କମିଟିର ସଦସ୍ୟ ରହିବେ ।

କରୋନା ଭ୍ୟାକସିନ୍ ଟୀକାକରଣ ପାଇଁ ପ୍ରତି ଜିଲ୍ଲାସ୍ତରରେ କମିଟି ଗଠନ ହେବ । ସବୁ ଜିଲ୍ଲାରେ ସିଡିଏମଓ ଅଧ୍ୟକ୍ଷ ଓ ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ସଦସ୍ୟ ସଚିବ ରହିବେ । ୧୪ ଜଣିଆ ଜିଲ୍ଲାସ୍ତରୀୟ ଟୀକାକରଣ କମିଟିର ମୁଖ୍ୟ ରହିବେ ସିଡିଏମଓ । ଜିଲ୍ଲା ମୁଖ୍ୟ ହସ୍ପିଟାଲରେ କାର୍ଯ୍ୟରତ ବିଶେଷଜ୍ଞଙ୍କ ସଦସ୍ୟ ରହିବେ । ଜିଲ୍ଲାରେ କିପରି ଟୀକାକରଣ ହେବ, ସେନେଇ ଜିଲ୍ଲାସ୍ତରୀୟ କମିଟି ନଜର ରଖିବ ।

ମହାମାରୀ କରୋନାର ପ୍ରତିଷେଧକ ପାଇଁ କରୋନା ଟିକା ବିକଶିତ କରାଯାଉଛି । ବିଭିନ୍ନ ଦେଶ ଟିକା ପ୍ରସ୍ତୁତିରେ ଲାଗିଛନ୍ତି ।୨୫୦ଟି ଭ୍ୟାକସିନ୍ ବିଭିନ୍ନ ପର୍ଯ୍ୟାୟରେ ରହିଛି । ଭାରତରେ ମଧ୍ୟ ଟିକା ଖୁବ ଶୀଘ୍ର ଉପଲବ୍ଧ ହେବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.