Latest Odisha News

BREAKING NEWS

ୟୁକ୍ରେନ୍ ବିରୋଧରେ ଲଢିବାକୁ ମନା କଲେ ଋଷିୟ ସୈନିକ, ଲାଗିଲା ଦେଶଦ୍ରୋହ କଳଙ୍କ

୬୦ ଜଣ ଋଷିୟ ପାରାଟ୍ରୁପର୍ସଙ୍କ ବିରୋଧରେ ଜାରି ହୋଇଛି ରାଜ ଦଣ୍ଡାଦେଶ

ଭୁବନେଶ୍ୱର: ଋଷ ଓ ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ସାମ୍ନାକୁ ଆସିଲା ଚକିତକର ଖବର । ୟୁକ୍ରେନ୍ ବିରୋଧରେ ଲଢିବାକୁ ମନା କରିବାରୁ ଋଷିୟ ସୈନିକଙ୍କୁ ମିଳିଲା ଜେଲ ଦଣ୍ଡାଦେଶ ସମେତ ଦେଶଦ୍ରୋହର ଆଖ୍ୟା ।

ପଢି ବିଶ୍ୱାସ କରିବାକୁ ଅଜବ ଲାଗୁଥିଲେ ବି ପାଖାପାଖି ୬୦ ଜଣ ଋଷିୟ ପାରାଟ୍ରୁପର୍ସଙ୍କ ବିରୋଧରେ ଜାରି ହୋଇଛି ରାଜ ଦଣ୍ଡାଦେଶ । ଦ ମିରର୍ ରିପୋର୍ଟ ଅନୁଯାୟୀ ଲଢିବାକୁ ମନା କରିଥିବା ସୈନ୍ୟମାନେ ଉତ୍ତର ଋଷିଆ ସ୍ଥିତ ସ୍କୋଭ ଏୟାରଫୋର୍ସ ମୁଖ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଜଡିତ ଥିଲେ । ତେବେ ରାଜ ଆଜ୍ଞା ଅବମାନନା କରିବା ଅଭିଯୋଗରେ ସେମାନେ ଜେଲ ଦଣ୍ଡାଦେଶ ଭୋଗିବା ନେଇ ଅନୁମାନ୍ କରାଯାଉଛି ।

ଦେଶଦ୍ରୋହର ଆଖ୍ୟା ପାଇଥିବା ୬୦ ଜଣିଆ ଟ୍ରୁପ୍ ୟୁକ୍ରେନ୍ ବିରୋଧରେ ଲଢିବା ପାଇଁ ବେଲାରୁସ୍‌ରେ ପହଂଚିଥିଲେ । ହେଲେ ସଦ୍ୟ ସ୍ଥିତିରେ ସମସ୍ତଙ୍କୁ ସ୍କୋଭ୍ ମୁଖ୍ୟାଳୟକୁ ଫେରିଯିବା ଲାଗି ଆଦେଶ ମିଳିଛି । ସେମାନଙ୍କ ମଧ୍ୟରୁ କିଛି ସୈନ୍ୟଙ୍କୁ ସେନାରୁ ବିତାଡିତ କରାଯାଇଥିଲାବେଳେ ଆଉ କିଛିଙ୍କୁ ମିଳିଛି ଭୀରୁ ତଥା କାପୁରୁଷର ଆଖ୍ୟା । ବଳକା ସୈନ୍ୟମାନଙ୍କୁ କୋର୍ଟ ମାର୍ସଲ୍ ଓ ଜେଲ ଦଣ୍ଡାଦେଶ ଭୋଗିବା ନେଇ ସୂଚନା ରହିଛି । ଏଥିପାଇଁ ଋଷ ପ୍ରତିରକ୍ଷା ମନ୍ତ୍ରୀ ସେର୍ଗେଇ ସାଇଗୋ ଜଣେ ଡେପୁଟିଙ୍କୁ ସ୍କୋଭ ମୁଖ୍ୟାଳୟ ପଠାଇ ସ୍ଥିତି ପରିଖିବାକୁ ଆଦେଶ ଦେଇଛନ୍ତି ।

Leave A Reply

Your email address will not be published.