Latest Odisha News

BREAKING NEWS

ସିକେ ନାୟୁଡୁ ଟ୍ରଫି: ଟାର୍ଗେଟ ୩୦୦, ହାଇଦ୍ରାବାଦ ୬୫/୨

ଭୁବନେଶ୍ୱର: ତ୍ରିଭେନ୍ଦ୍ରମରେ ଚାଲିଥିବା ସିକେ ନାୟୁଡୁ ଟ୍ରଫି ମୁକାବିଲାରେ ଓଡିଶା ୩୦୦ ରନର ବିଜୟ ଲକ୍ଷ୍ୟ ହାଇଦ୍ରାବାଦ ସମ୍ମୁଖରେ ରଖିଛି । ଏହାର ଜବାବରେ ତୃତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ହାଇଦ୍ରାବାଦ ୨ ୱିକେଟ ହରାଇ ୬୫ ରନ କରିଛି । ଅନ୍ତିମ ଦିବସରେ ବିଜୟ ପାଇଁ ଓଡିଶାକୁ ୮ ୱିକେଟ ହାଇଦ୍ରାବାଦକୁ ୨୩୫ ରନ ଆବଶ୍ୟକ । ପୂର୍ବରୁ ଓଡିଶାର ପ୍ରଥମ ଇନିଂସ ସ୍କୋର ୩୪୫ ରନ ଜବାବରେ ହାଇଦ୍ରାବାଦ ୨୩୨ରନ କରିଥିଲା । ଦ୍ୱିତୀୟ ଇନିଂସରେ ଓଡିଶା ୧୮୬ ରନ କରିବାକୁ ସକ୍ଷମ ହୋଇଥିଲା ।

କାର୍ତିକ ବିଶ୍ୱାଳ ୫୮ ଓ ଅନୀଲ ପରିଡା ୫୫ରନ କରିଥିଲେ । ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ନାଟକୀୟ ଢ଼ଙ୍ଗରେ ଓଡିଶା ଦ୍ୱିତୀୟ ଇନିଂସରେ ୨୭ ରନରେ ଶେଷ ୬ ୱିକେଟ ହରାଇଥିଲା । ଏଲିଟ ଗ୍ରୁପ ସିରେ ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେବା ପାଇଁ ଓଡିଶାକୁ ଏହି ମ୍ୟାଚରେ ବିଜୟ ହାସଲ ଜରୁରୀ ହୋଇ ପଡିଛି ।

Leave A Reply

Your email address will not be published.