Latest Odisha News

BREAKING NEWS

କିଭରେ ହାଇଡ୍ରୋ ଇଲେକଟ୍ରିକ୍ ପାୱାର ପ୍ଲାଣ୍ଟ ଦଖଲ ଅଭିମୁଖେ ରୁଷ ସେନା

କିଭ୍(ୟୁକ୍ରେନ): ଚାରିପଟରୁ ୟୁକ୍ରେନରୁ ଘେରି ହମଲା କରୁଛି ରୁଷ୍ । ଗୋଟିଏ ପରେ ଗୋଟିଏ ସହରକୁ କବଜା କରୁଛି । ଏବେ କିଭ ପାଖରେ ଥିବା କାନିଭ୍ ହାଇଡ୍ରୋ ଇଲେକଟ୍ରିକ୍ ପାୱାର ପ୍ଲାଣ୍ଟକୁ ଦଖଲରେ ନେବା ପାଇଁ ଆଗକୁ ବଢୁଛି ରୁଷ୍ ସେନା । ୟୁକ୍ରେନ୍ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ହାଇଡ୍ରୋ ଇଲେକଟ୍ରିକ୍ ପାୱାର ପ୍ଲାଣ୍ଟ କିଭଠାରୁ ୧୦୦ କିଲୋମିଟର ଦକ୍ଷିଣରେ ରହିଛି ।

ଏବେ ରୁଷ୍ ଓ ୟୁକ୍ରେନ ସେନା ଭିତରେ ଉତ୍ତର ଓ ଦକ୍ଷିଣରେ ଘମାଘୋଟ ଲଢ଼େଇ ଚାଲିଛି । ଉତ୍ତରରେ ଖାରକିଭକୁ ଛାରଖାର କରି ସାରିଲେଣି ରୁଷ୍ ସେନା । ସେହିପରି ଚେର୍ଣ୍ଣିହିଭ ସହରରେ ଘନ ଘନ ଏୟାରଷ୍ଟ୍ରାଇକ୍ କରୁଛି । ମିସାଇଲ୍, ରକେଟ୍ ମାଡ଼ରେ ଥରହର ହେଉଛି ଚେର୍ଣ୍ଣିହିଭ୍ ସହର । ସୁମିରେ ବି ଜୋରଦାର ହମଲା ଚାଲିଛି ।

ଅନ୍ୟପଟେ ଦକ୍ଷିଣରେ ଖେରସୋନ ସହରକୁ ଦଖଲରେ ନେଇ ସାରିଛି ରୁଷ ସେନା । ଏବେ ମାରିୟପୁଲେ ଜୋରଦାର ହମଲା କରୁଛି । ସେଠାରେ ଖାଦ୍ୟ, ପାନୀୟ ଓ ବିଦ୍ୟୁତ ସଂକଟ ଦେଖାଦେଇଛି । ଖେରସୋନ ଦଖଲ କରିଥିବାରୁ ଓଡ଼େଶା ଅକ୍ତିଆର ପାଇଁ କଳବଳ ଲଗାଇଛି ରୁଷ୍ ସେନା । ଏସବୁ ପୋର୍ଟ ସିଟିକୁ ନିଜ ଦଖଲରେ ନେଲେ ୟୁକ୍ରେନର ଦକ୍ଷିଣରେ ଜଳସୀମାକୁ ହାତେଇ ଦବଦବା ଜାହିର କରିାକୁ ଲକ୍ଷ୍ୟ ରଖିଛି ରୁଷ୍ ।

Comments are closed.