Latest Odisha News

BREAKING NEWS

ଆଜି ୧୮ ଜିଲ୍ଲାରୁ ୧୨୯ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣରେ ଅଛି କରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୨୯ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୭୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫୪ । ୧୮ ବର୍ଷ ଭିତରେ ଆଉ ୩୯ ସଂକ୍ରମିତ ବାହାରିଛନ୍ତି । ଆଜି ୧୮ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ନୂଆ ଆକ୍ରାନ୍ତ ।

ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଜପତିରୁ ୨୦, ସମ୍ୱଲପୁରରୁ ୧୮, ଖୋର୍ଦ୍ଧାରୁ ୧୪ ଓ ବାଲେଶ୍ୱର ଜିଲ୍ଲାରୁ ବାହାରିଛନ୍ତି ଆଉ ୧୦ ପଜିଟିଭ୍ । ବାକି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦ ଭିତରେ ରହିଛି ।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୨ଲକ୍ଷ ୮୫ହଜାର ୮୮୯କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୨ଲକ୍ଷ ୭୫ହଜାର ୨୨୮ ଆକ୍ରାନ୍ତ । ଏବେ ରାଜ୍ୟରେ ୧୫୦୭ କରୋନା ଆକ୍ଟିଭ୍ କେସ୍ ରହିଛି ।

Comments are closed, but trackbacks and pingbacks are open.