Latest Odisha News

BREAKING NEWS

ରୁଷ ସୀମାରେ ଆମେରିକାର ଆଣବିକ କ୍ଷମତାସମ୍ପନ୍ନ ବୁଡାଜାହାଜ

ମସ୍କୋ: ୟୁକ୍ରେନ ବିବାଦ ଧିରେ ଧିରେ ତୃତୀୟ ବିଶ୍ୱଯୁଦ୍ଧ ମୁହାଁ ହେଉଛି କହିଲେ ଭୁଲ ହେବନି । ଏହା ମଧ୍ୟରେ ରବିବାର ଆମେରିକାର ଆଣବିକ କ୍ଷମତାସମ୍ପନ୍ନ ବୁଡାଜାହଜ ରୁଷ ସୀମାରେ ନିୟୋଜିତ ହୋଇଛି । ଏହା ସାମୁଦ୍ରିକ ସୀମା ଉଲ୍ଲଂଘନ କରିଥିବା ରୁଷ ଅଭିଯୋଗ କରିଥିଲେ ମଧ୍ୟ ଆମେରିକା ଏହାକୁ ଖଣ୍ଡନ କରିଛି । ରୁଷର ଯୁଦ୍ଧ ଜାହଜ ଏବଂ ନୌସେନା କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ଆମେରିକା ବୁଡା ଜାହଜ ପଛଘୁଂଚା ଦେଇଥିଲା । ତେବେ ଏହି ଘଟଣାର ସତ୍ୟତା ସଠିକ ଭାବେ ଜଣାପଡି ନାହିଁ ।

BjdElectrycity

ୟୁକ୍ରେନକୁ ଯଦି ନାଟୋରେ ସାମିଲ କରାଯାଏ ତାହାହେଲେ ପରମାଣୁ ଯୁଦ୍ଧ ହେବ ବୋଲି ଆମେରିକାକୁ ରୁଷିଆ ସତର୍କ କରାଇ ଦେଇଛି । ଜୋ ବାଇଡେନ ଓ ଭ୍ଲାଡିମିର ପୁତିନଙ୍କ ମଧ୍ୟରେ ଯୁଦ୍ଧ ଆଶଙ୍କା ଟାଳିବା ନେଇ ଆଲୋଚନା ହୋଇଥିଲେ ମଧ୍ୟ ଏହାର ଫଳ କିଛି ବାହାରି ନାହିଁ ।

Comments are closed, but trackbacks and pingbacks are open.