Latest Odisha News

[ଦେଖନ୍ତୁ ଭିଡିଓ] ବେଳାଭୂମିରେ ବାଲୁକା କଳାରେ ବିଶ୍ୱ ରେଡ଼ିଓ ଦିବସ

ପୁରୀ: ବିଶ୍ୱ ରେଡ଼ିଓ ଦିବସ । ୧୩ ଫେବୃଆରୀକୁ ବିଶ୍ୱ ରେଡ଼ିଓ ଦିବସ ଭାବେ ପାଳନ କରାଯାଏ । ୟୁନେସ୍କୋ ପକ୍ଷରୁ ଏହି ଦିବସ ଘୋଷଣା ପରେ ସାରା ବିଶ୍ୱରେ ୱାର୍ଲଡ଼ ରେଡ଼ିଓ ଡେ ଭାବେ ପାଳନ କରାଯାଉଛି । ବିଶେଷ କରି ରେଡିଓର ଇତିହାସ ବିଷୟରେ ଲୋକଙ୍କୁ ସଚେତନ କରାଇବା ଉଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି ।

ବର୍ତ୍ତମାନ ଟେଲିଭିଜନ ଓ ମୋବାଇଲ ଯୋଗୁ ରେଡିଓ ଚାହିଦା କମି ଯାଇଥିଲେ ମଧ୍ୟ ରେଡ଼ିଓର ଅଵଶ୍ୟକତା ଏବେବି ରହିଛି। ପୂର୍ବରୁ ରେଡ଼ିଓ ମାଧ୍ୟମରେ ହିଁ କେଵଳ ଲୋକଙ୍କୁ ସୂଚନା , ସଂଚାର ଏବଂ ମନୋରଞ୍ଜନ ମିଳି ପାରୁଥିଲା । ଯାହାକି ଏବେ ବି ଲୋକମାନେ ଭୁଲି ନାହାନ୍ତି।

ତେବେ ଏହି ଅବସରରେ ଆର୍ନ୍ତଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ବିଶ୍ୱ ରେଡିଓ ଦିବସର ଶୁଭେଚ୍ଛା ସାରା ବିଶ୍ୱବାସୀଙ୍କୁ ଦେଇଛନ୍ତି । ପୁରୀ ବେଳାଭୂମିରେ ସେ ଏହି ଅତ୍ୟନ୍ତ ଆକର୍ଷଣୀୟ ବାଲୁକା ଚିତ୍ରକଳାଟିକୁ ଗଢ଼ିଛନ୍ତି । ଯେଉଁଥିରେ ରେଡ଼ିଓର ଏକ ପ୍ରତିକୃତି ଥିବାବେଳେ ରେଡିଓ ଉଦ୍ଭାବନ କରିଥିବା ମାର୍କୋନିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

Comments are closed, but trackbacks and pingbacks are open.