ମସ୍କୋ: ରୁଷିଆର ଭରେନିକା ଦିଚକା ଏବଂ ଏକ ବିଶାଳକାୟ ଭାଲୁର ବନ୍ଧୁତା ସୋସିଆଲ ସାଇଟରେ ଚର୍ଚ୍ଚାର କାରଣ ସାଜିଛି । ଭରେନିକା ତାଙ୍କ ପୋଷା ଭାଲୁ ସହ ଦୈନିକ ନୋବୋସିବିର୍ସ୍କ ହ୍ରଦରେ ନୌକା ବିହାର କରନ୍ତି । ତାଙ୍କ ପ୍ରିୟ ଭାଲୁ କେବେ ହେଲେ କ୍ଷତି କରିବ ନାହିଁ ବୋଲି ସେ ବିଶ୍ୱାସର କୁହନ୍ତି । ୨୦୧୯ରେ ଭରେନିକା ଏକ ସଫାରୀ ପାର୍କରେ ଏହି ଭାଲୁର ଜୀବନ ରକ୍ଷା କରିଥିଲେ । ଏହା ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଥିଲା । ଭାଲୁ ସହ ନୌକାରେ ଯିବା ବେଳେ ଉଭୟ ମାଛ ଧରନ୍ତି ଓ ମଜା କରନ୍ତି ।
ବିଶାଳକାୟ ଭାଲୁଟି ଯେତେବେଳେ ବି ଭୟ କରେ ଭରେନିକା ପଛରେ ଲୁଚିଯାଏ । ଫଟୋଗ୍ରାଫିରେ ରୁଚି ରଖିଥିବା ଏହି ରୁଷୀୟ ଲଳନା ସେମାନଙ୍କ ବନ୍ଧୁତାର ଫଟୋ ସୋସିଆଲ ସାଇଟରେ ଶେୟାର କରିଥିଲେ । ଯାହାକୁ ସମେସ୍ତ ପସନ୍ଦ କରୁଛନ୍ତି କହିଲେ ଭୁଲ ହେବନି । ସେ ମୋର ପରିବାରର ସଦସ୍ୟ, ପାଣିକୁ ବହୁତ ଭଲ ପାଉଥିବାରୁ ତାକୁ ବୁଲାଇବାକୁ ନିଏ ବୋଲି ଭରେନିକା କହିଛନ୍ତି ।
BREAKING NEWS
- ବନ୍ୟା ପରେ ନେପାଳରେ ଭୂକମ୍ପ, ତୀବ୍ରତା ୫.୦…
- ଫାୟାର ସେଫ୍ଟି ନିୟମ ନମାନିଲେ ବନ୍ଦ ହେବ କୋଚିଂ ସେଣ୍ଟର…
- ବିଶ୍ୱରେ ସବୁଠୁ ଅଧିକ ଟଙ୍କା ପାଉଥିବା ପ୍ରଧାନମନ୍ତ୍ରୀ : ବଢ଼ିଲା ବାର୍ଷିକ ୧ ନିୟୁତ ଡଲାର
- ପାର୍ବଣ ଋତୁ ପୂର୍ବରୁ ସୁରକ୍ଷା ପ୍ରସ୍ତୁତି ପାଇଁ ଡିଜିପିଙ୍କ ନିର୍ଦ୍ଦେଶ;ଗୁଇନ୍ଦା ସୂଚନା ସଂଗ୍ରହ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଉପରେ ଗୁରୁତ୍ୱାରୋପ
- ଆଖୁ ଉତ୍ପାଦନ ବଢ଼ାଇବାକୁ ଆଧୁନିକ ଆଖୁ ଚାଷ ଉପରେ ଗୁରୁତ୍ୱ ବୃଦ୍ଧି କରିଛି ରାଜ୍ୟ
- “ମାଳିପୁଟ ମେଲୋଡିଜ୍” ଏହି ଦିନ ହେବ ରିଲିଜ;କୋରାପୁଟରେ ଜୀବନ ଓ ସଂଘର୍ଷର କାହାଣୀ କହିବ …
- ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ
- ଓଡ଼ିଶାରେ ଗୁଜୁରାଟର ସ୍ୱତନ୍ତ୍ର ଡିଆରଆଇ ଟିମ; କଲରାପତରିଆ ବାଘ ଛାଲ ଜବତ,ଜଣେ ଗିରଫ
- ୨୪ ଘଣ୍ଟା ଭିତରେ ଓଡ଼ିଶାରେ ଦୁଇଟି ବ୍ୟାଙ୍କ ଲୁଟ୍: ବନ୍ଧୁକ ମୁନରେ ସୁନ୍ଦରଗଡ଼ ଓ ବାଲେଶ୍ୱରରୁ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
- କଣ୍ଟେନରରୁ ମିଳିଲା ୧ କୋଟି ଟଙ୍କାର ଗଞ୍ଜେଇ;୨ ଗିରଫ

Comments are closed.