ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ର ସମସ୍ତ ଫର୍ମାଟ୍ରୁ ଅବସର ଘୋଷଣା କଲେ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍ ଟିମ୍ର ପୂର୍ବତନ କ୍ୟାପ୍ଟେନ୍ ଡେନ୍ ଭାନ ନିକର୍କ। ବର୍ତ୍ତମାନ ସେ ଆଇପିଏଲ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖଳ ଜାରି ରଖିଥିବା ଅନ୍ତର୍ଜାତୀୟ କ୍ରିକେଟ୍କୁ ଅଲ୍ବିଦା କହିଛନ୍ତି। ଦିନିକିଆ ଫର୍ମାଟ୍ରେ ରେକର୍ଡ କରିଥିବା ଏହି ଖେଳାଳି ନିଜ ଅବସର ଘୋଷଣା କରିବା ବେଳେ ଦୁଃଖ ପ୍ରକାଶ କରିଛନ୍ତି।
ନିକର୍କ କହିଛନ୍ତି “ଦୁଃଖର ସହ ମୁଁ ଅନ୍ତର୍ଜାତୀୟ କ୍ରିକେଟ୍ରୁ ସନ୍ନ୍ୟାସ ଘୋଷଣା କରୁଛି। ଦେଶର ନେତୃତ୍ୱ ନେଇ ଦେଶ ପାଇଁ ପ୍ରତିନିଧିତ୍ୱ କରିବା ମୋ ପାଇଁ ଗର୍ବର ବିଷୟ ଥିଲା। ବର୍ତ୍ତମାନର ପରିବର୍ତ୍ତନଶୀଳ କ୍ରିକେଟ୍ରେ ମୁଁ ଟିମ୍ର ନେତୃତ୍ୱ ନେଇ ନିଜକୁ ଧନ୍ୟ ମନେ କରୁଛିଯ।” ତେବେ ଭାନ ନିଜେ ନ ଖେଳିଲେ ବି କ୍ରିକେଟ୍ ପ୍ରତି ତାଙ୍କର ଶ୍ରଦ୍ଧା ଅତୁଟି ରହିବ। ନୂଆ ନୂଆ ଖେଳ ଦେଖିବାକୁ ସେ ଖୁବ୍ ଆଗ୍ରୀହ ବୋଲି ଭାନ ନିକର୍କ କହିଛନ୍ତି। ସେ କହିଛନ୍ତି ଯେ ମହିଳା କ୍ରିକେଟ୍ ବର୍ତ୍ତମାନ ଉତ୍ସାହପୂର୍ଣ୍ଣ ସ୍ଥିତିରେ ରହିଛି। ଯେଉଁ ଖେଳରେ ମୁଁ ବଢ଼ିଛି ଆଗକୁ ସେହି ଖେଳ ଦେଖିବାକୁ ଖୁବ୍ ଆଗ୍ରହୀ ରହିବି।
ସୂଚନା ଥାଉକି ଦକ୍ଷିଣ ଆଫ୍ରିକା ଟିମ୍ର ପୂର୍ବତନ କ୍ୟାପ୍ଟେନ୍ ଭାନ ନିକର୍କ ନିକଟରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍ରୁ ବାଦ୍ ପଡ଼ିଥିଲେ। ଫିଟ୍ନେସ୍ କାରଣ ଯୋଗୁ ତାଙ୍କୁ ବିଶ୍ୱକପ୍ ଟିମ୍ରୁ ବାଦ୍ ଦେଇଥିଲା ଦକ୍ଷିଣ ଆଫ୍ରିକା କ୍ରିକେଟ୍ ମ୍ୟାନେଜ୍ମେଣ୍ଟ।
ଭାନ ନିକର୍କଙ୍କ କ୍ୟାରିୟର
ଭାନ ନିକର୍କ ଦକ୍ଷିଣ ଆଫ୍ରିକା ଟିମ୍ ପାଇଁ ଅଧିନାୟକ ପଦ ସମ୍ଭାଳି ଥିବା ବେଳେ ଟିମ୍ ପାଇଁ ତାଙ୍କ ଯୋଗାଦାନକୁ ଭୁଲିପାରିବନି ଦେଶ।ଅନ୍ତର୍ଜାତୀୟ କ୍ରିକେଟ୍ର ସମସ୍ତ ଫର୍ମାଟ୍ର ନିକର୍କ ୪,୦୭୪ ରନ୍ କରିଥିବା ବେଳେ ୨୦୪ ୱିକେଟ୍ ନେଇଛନ୍ତି। ସେହିପରି ଦିନିକିଆ ଫର୍ମାଟ୍ରେ ସେ ୧୦୦୦ ରନ୍ ପୂରା କରିଥିବା ବେଳେ ୫୦ ୱିକେଟ୍ ଓ ୫୦ କ୍ୟାଚ୍ ଧରିବାର ଗୌରବ ଅର୍ଜନ କରିଛନ୍ତି। ଦିନିକିଆ ଫର୍ମାଟ୍ରେ ଏହି ରେକର୍ଡ କରିବାରେ ୬ ମହିଳା କ୍ରିକେଟର ମଧ୍ୟରୁ ନିକର୍କ ହେଉଛନ୍ତି ଜଣେ। ସୂଚନା ଥାଉକି ନିକର୍କ ସମଲିଙ୍ଗୀ ବିବାହ କରିଛନ୍ତି। ସେ ଦକ୍ଷିଣ ଆଫ୍ରିକାର ମହିଳା କ୍ରିକେଟ ଅଲ୍ରାଉଣ୍ଡର ମାରିଜନ କପ୍ପଙ୍କୁ ବିବାହ କରିଛନ୍ତି।
Comments are closed.