ଭୁବନେଶ୍ୱର: ରୁଷର କାଜାନଠାରେ ଅନୁଷ୍ଠିତ ‘ବିଶ୍ୱ ଦକ୍ଷତା ଅନ୍ତର୍ଜାତୀୟ ପ୍ରତିଯୋଗିତା’-୨୦୧୯ରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଏସ. ଅଶ୍ୱଥ ନାରାୟଣ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।
୨୫ ବର୍ଷୀୟ ଅଶ୍ୱଥ ଜଳ ପ୍ରଯୁକ୍ତି ବର୍ଗରେ ୧୧ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ସ୍ୱର୍ଣ୍ଣ ପଦକ ଜିଣିଛନ୍ତି । ୪୪ଟି ଦକ୍ଷତା ପ୍ରତିଯୋଗୀତାରେ ପାଖାପାଖି ୪୮ ଜଣ ପ୍ରତିଯୋଗୀତାଙ୍କ ମଧ୍ୟରେ ସେ ବି ଭାରତକୁ ପ୍ରତିନିଧିତ୍ୱ କରିଥିଲେ ।
ଏନେଇ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
Congratulate #SkilledInOdisha youth, Aswatha Narayan on winning India's first ever gold medal at @WorldSkills 2019 for showcasing stellar skill in water technology. #Odisha is proud of you. pic.twitter.com/j3youBgswe
— Naveen Patnaik (@Naveen_Odisha) August 28, 2019
ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଏସ. ଅଶ୍ୱଥ ନାରାୟଣ ଜଳ ପ୍ରଯୁକ୍ତି ବର୍ଗରେ ୧୧ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ସ୍ୱର୍ଣ୍ଣ ପଦକ ଜିଣିଛନ୍ତି । ସେ ମଧ୍ୟ ଭାରତୀୟ ପ୍ରତିଦ୍ୱନ୍ଦ୍ୱୀଙ୍କ ତୁଳନାରେ ‘ଦେଶର ଶ୍ରେଷ୍ଠ’ ପ୍ରତିଯୋଗୀ ଭାବେ ବିବେଚିତ ହୋଇଛନ୍ତି । ସେହିପରି ୩୩ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ କର୍ଣ୍ଣାଟକରୁ ପ୍ରତିନିଧିତ୍ୱ କରୁଥିବା ପ୍ରଣବ ନୁତାଲାପତି ୱେବ ଟେକନୋଲୋଜିରେ ରୌପ୍ୟ ପଦକ ବିଜେତା ହୋଇଛନ୍ତି । ପଶ୍ଚିମବଙ୍ଗରୁ ପ୍ରତିନିଧିତ୍ୱ କରୁଥିବା ସଞ୍ଜୟ ପ୍ରାମାଣିକ ୧୬ଟି ଦେଶର ପ୍ରତିଯୋଗୀଙ୍କୁ ପରାସ୍ତ କରି ଗହଣା ଡିଜାଇନରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଅନୁରୂପ ଭାବେ ଗ୍ରାଫିକ ଡିଜାଇନ ବର୍ଗରେ ମହାରାଷ୍ଟ୍ରର ସ୍ୱେତା ରତନପୁରା କାଂସ୍ୟ ପଦକ ଜିତିଛନ୍ତି । ଦେଶର ଏକମାତ୍ର ମହିଳା ପ୍ରତିଯୋଗୀ ଭାବେ ସେ ୩୫ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ସଫଳତା ଅର୍ଜନ କରିଛନ୍ତି ।
ଏହି ଐତିହାସିକ ସଫଳତା ସହିତ ଭାରତୀୟ ଦଳ ବିଶ୍ୱସ୍ତରରେ ଦକ୍ଷତାର ନୂତନ ମାନକ ପ୍ରତିଷ୍ଠା କରିଛି । ଦଳଗତ ଭାବେ ଭାରତ ଚଳିତ ଥର ତ୍ରୟୋଦଶ ସ୍ଥାନରେ ରହି ପ୍ରତିଯୋଗିତା ଶେଷ କରିଛି । ୨୦୧୭ରେ ଆବୁଧାବିରେ ଅନୁଷ୍ଠିତ ଏହି ପ୍ରତିଯୋଗିତାର ବିଗତ ସଂସ୍କରଣରେ ଭାରତ ୧୧ଟି ପଦକ ଜିଣି ଉନବିଂଶତମ ସ୍ଥାନରେ ରହିଥିଲା ।
ଭାରତୀୟ ପ୍ରତିଯୋଗୀମାନେ ଉକ୍ରୃଷ୍ଟ ପ୍ରଦର୍ଶନ କରି ବିଶ୍ୱସ୍ତରରେ ଦେଶର ଗୌରବ ବୃଦ୍ଧି କରିବା ସହିତ ମୋଟ ୧୯ଟି ପଦକ ସହିତ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି ।
Comments are closed.