Latest Odisha News

BREAKING NEWS

ମିଲରଙ୍କ ଶତକ, ଅଷ୍ଟ୍ରେଲିଆ ସମ୍ମୁଖରେ ୨୧୩ ରନର ଲକ୍ଷ୍ୟ

କୋଲକାତା:ଇର୍ଡେନ୍ ଗାର୍ଡେନ୍‌ରେ ଦ୍ବିତୀୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ୪୯.୪ ଓଭରରେ ସମସ୍ତ ୱିକେଟ ହରାଇ ୨୧୨ ରନ୍ ସଂଗ୍ରହ କରିଛି । ଫଳରେ ଅଷ୍ଟ୍ରେଲିଆକୁ ଫାଇନାଲରେ ପହଞ୍ଚିବା ପାଇଁ ୨୧୩ ରନ୍‌ର ଲକ୍ଷ୍ୟ ମିଳିଛି । ବିସ୍ଫୋରକ ବ୍ୟାଟର ଡେଭିଡ ମିଲର ୧୧୬ଟି ବଲ୍ ସାମ୍ନା କରି ୮ଟି ଚୌକା ଓ ୫ଟି ଛକା ବଳରେ ୧୦୧ ରନ୍ କରିଥିଲେ । ବର୍ଷା ବାଧିତ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ପାଇଁ ହେନିରିକ୍ କ୍ଲାଁସେ ଓ ଡେଭିଡ ମିଲର ଆଶା ସଂଚାର କରିଥିଲେ। ଉଭୟ ଖେଳାଳି ୫ମ ୱିକେଟ୍ ପାଇଁ ୯୫ ରନ୍‌ର ଭାଗିଦାରୀ କରିପାରିଥିଲେ। ହେନିରିକ୍ କ୍ଲାଁସେ ୪୮ଟି ବଲ୍ ଖେଳି ୪ଟି ଚୌକା ଓ ୨ଟି ଛକା ବଳରେ ୪୭ ରନ୍ କରି ଥିଲେ ।

ଦକ୍ଷିଣ ଆଫ୍ରିକା ୧୪ ଓଭର ୪ ୱିକେଟ୍ ବିନିମୟରେ ୪୪ ରନ କରିଥିଲେ ।  ଅଷ୍ଟ୍ରେଲିଆ ତରଫରୁ ମିଚେଲ ଷ୍ଟାର୍କ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ । ଜୋସ୍ ହାଜେଲଉଡ, ଟ୍ରେଭିସ୍ ହେଡ ଓ ଅଧିନାୟକ ପାଟ୍ କମିନ୍ସ୨ଟି ଲେଖାଁଏ ୱିକେଟ ନେଇଥିଲେ । ଏହି ମୁକାବିଲାରେ ଯେଉଁ ଦଳ ବିଜୟ ହାସଲ କରିବ ଆସନ୍ତା ୧୯ ତାରିଖ ଦିନ ଭାରତକୁ ଅହମଦାବାଦ୍‌ରେ ଭେଟିବ ।

Leave A Reply

Your email address will not be published.