Latest Odisha News

BREAKING NEWS

ଏସିଆ କପ୍, ଆଉ ଦୁଇଦିନ ପରେ ଭାରତ-ପାକିସ୍ତାନ ମ୍ୟାଚ୍

ଟପ୍ ଖେଳାଳୀଙ୍କ ଉପରେ ରହିବ ଚାପ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଉ ଦିନକ ପରେ ଆରମ୍ଭ ହେବ ଏସିଆ କପ୍ । ତେବେ ଏଥର ଏସିଆ କପରେ ଭାରତ ପାକିସ୍ତାନ ମ୍ୟାଚରେ କିଏ ଜିତିବ ତାକୁ ନେଇ ଏବେଠୁ ଚର୍ଚା ଆରମ୍ଭ ହୋଇଯାଇଛି । ଆସନ୍ତା ଅଗଷ୍ଟ 28ରେ ପାକିସ୍ତାନକୁ ଭେଟିବ ଭାରତ ।

ଏହି ମ୍ୟାଚରେ  କିଏ ଖେଳିବେ ତାକୁ ନେଇ ଏବେ କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ପାକିସ୍ତାନ ବିପକ୍ଷ ମ୍ୟାଚରେ ପ୍ଲେଇଙ୍ଗ୍ ଇଲେଭନ କଣ ରହିବ ଆସନ୍ତୁ ନଜର ପକାଇବା ।

ଏସିଆ କପ୍ ରେ  2022 ପାଇଁ ଟିମ୍ ଇଣ୍ଡିଆ ପାଇଁ ଓପିନିଂ ରୋହିତ ଶର୍ମା ଏବଂ କେଏଲ ରାହୁଲ କରିପାରନ୍ତି । ସର୍ବୋଚ୍ଚ ଅର୍ଡର ତିନି ନମ୍ବରରେ  ବିରାଟ କୋହଲି ଆସିବେ , ଚାରି ନମ୍ବରରେ  ସୂର୍ଯ୍ୟକୁମାର ଯାଦବ ଆସିପାରନ୍ତି । ଫର୍ମକୁ ଦେଖିଲେ ସୂର୍ଯ୍ୟକୁମାର ଯାଦବଙ୍କୁ ମଧ୍ୟ ମ୍ୟାନେଜମେଂଟ 3 ନମ୍ବରରେ ପଠାଇପାରେ । ପଂଚମ ସ୍ଥାନରେ ବ୍ୟାଟିଂ କରିବା ପାଇଁ ଦୀପକ ହୁଡା ଆସିବେ ଏବଂ ଷଷ୍ଠରେ  ହାର୍ଦ୍ଦିକ ପାଣ୍ଡ୍ୟା ଆସିପାରନ୍ତି । ବର୍ତ୍ତମାନ ହାର୍ଦ୍ଦିକ ପାଣ୍ଡ୍ୟା ଫୁଲ ଫର୍ମରେ ଥିବାରୁ ତାଙ୍କଠୁ ପ୍ରଶଂସକମାନେ କିଛି ବଡ ସଟ୍ ଆଶା କରିବେ ନିଶ୍ଚୟ । ଏହା ପରେ ଋଷଭ ପନ୍ଥ ବ୍ୟାଟିଂ ପାଇଁ ସପ୍ତମ ସ୍ଥାନରେ ଆସିପାରନ୍ତି ।

 ଏହା ପରେ ଅଷ୍ଟମ ସ୍ଥାନ ପାଇଁ  ଦୀନେଶ କାର୍ତ୍ତିକଙ୍କୁ ବ୍ୟାଟିଂ ପାଇଁ ପଠାଯାଇପାରେ । ଅବଶ୍ୟ କେବେ କେବେ ଏଥିରେ ବ୍ୟତିକ୍ରମ କରି ମ୍ୟାନେଜମେଂଟ ରବୀନ୍ଦ୍ର ଜାଡେଜାଙ୍କୁ ବି ଆଗୁଆ ବ୍ୟାଟିଂ ପାଇଁ ପଠାଇପାରେ କିମ୍ବା ଖେଳାଳୀଙ୍କୁ ପରିବର୍ତ୍ତନ କରିପାରେ । କାରଣ ଜାଡେଜା କ୍ରିଜରେ ରହିବା ସହ ବଡ ସଟ୍ ମାରିବାରେ ମାହିର । ବ୍ୟାଟିଂ ଅଡର ପରେ ଭୁବନେଶ୍ବର କୁମାର , ଯୁଜଭେନ୍ଦ୍ର ଚହଲ,  ଆବେଶ ଖାନ ଏବଂ ଅର୍ଶଦୀପ ସିଂ ପ୍ଲେଇଂ ଇଲେଭେନରେ ରହିବେ ବୋଲି କୁହାଯାଇପାରେ।

ଏସିଆ କପ୍ 2022 ପାଇଁ ଏମାନେ ହିଁ ପ୍ଲେଇଂ ଇଲେଭେନର ପ୍ରମୁଖ ଖେଳାଳି ହେବେ । କାରଣ ପ୍ଲେଇଂ  ଏକାଦଶରେ ଶ୍ରେୟର୍ ଆୟରଙ୍କ ସ୍ଥାନ ନାହିଁ ତାଙ୍କୁ ରିଜର୍ଭରେ ରଖାଯାଇଛି । ଦୀପକ ଚହର ମଧ୍ୟ ରିଜର୍ଭରେ ରହିଛନ୍ତି ।

ଏସିଆ କପ୍ 2022 ପାଇଁ ଟିମ୍ ଇଣ୍ଡିଆରେ ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଦୀପକ ହୁଡା, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ଯୁଜଭେନ୍ଦ୍ର ଚହଲ, ରବି ବିଷ୍ଣୋଇ, ଭୁବନେଶ୍ବର  କୁମାର ଆଭେଶ ଖାନଙ୍କ ନାମ ରହିଛି ।

Leave A Reply

Your email address will not be published.