Latest Odisha News

BREAKING NEWS

ଆତଙ୍କବାଦ ବିରୋଧରେ ପ୍ରଧାନମନ୍ତ୍ରୀ ମୋଦି ଓ ଡୋଭାଲଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ବିଗତ କିଛିଦିନ ଧରି କଶ୍ମୀରରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ନୂତନ ଋଣକୌଶଳ ଜରିଆରେ ୭ ଜଣ ସାଧାରଣ ନାଗରିକଙ୍କୁ ନିହତ କରିଥିଲେ ଆତଙ୍କବାଦୀ । ଆତଙ୍କବାଦୀ କାର୍ଯ୍ୟକଳାପରେ ପାକିସ୍ତାନର ସଂପୃକ୍ତି ଥିବା ନେଇ ପ୍ରମାଣ ମିଳିଛି । ଏହି ଘଟଣା ପରେ କେନ୍ଦ୍ର ଶାସିତ କଶ୍ମୀରଠୁ ଆରମ୍ଭ କରି ନୂଆଦିଲ୍ଲୀରେ ମଧ୍ୟ ହଟଚମଟ ସୃଷ୍ଟି ହୋଇଥିଲା ।

ବିଶ୍ୱସ୍ତ ସୁତ୍ରରୁ ଜଣାପଡିଛି ଆତଙ୍କବାଦୀଙ୍କ ବିରୋଧରେ ନୂଆ ଆକ୍ସନ୍ ପ୍ଲାନ ପ୍ରସ୍ତୁତି ଚାଲିଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଓ ଏନ୍ଏସ୍ଏ ଅଜିତ ଡୋଭାଲଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି । ଏହି ବୈଠକ ବେଶ ଗୁରୁତ୍ୱପୂର୍ନ ବୋଲି ସୂଚନା ରହିଛି ।

ଆଜ୍ ତକ୍ ରିପୋର୍ଟ ଅନୁଯାୟୀ ବୈଠକରେ କଶ୍ମୀର ଓ ବୋର୍ଡର ଅଂଚଳର ଅନେକ ସମସ୍ୟାକୁ ନେଇ ଆଲୋଚନା ହୋଇଛି । ତେବେ ମୋଦି ଓ ଡୋଭାଲଙ୍କ ମଧ୍ୟରେ ସ୍ପଷ୍ଟ ଭାବେ କେଉଁ ସ୍ଥିତିକ ନେଇ ଆଲୋଚନା ହୋଇଛି, ତାହା ଏ ଯାବତ ଜଣାପଡିନି । ଏହି ବୈଠକକୁ ବାଦ୍ ଦେଲେ ଗୃହ ମନ୍ତ୍ରାଳୟରେ ମଧ୍ୟ ଅନ୍ୟ ଏକ ବୈଠକ ଅନୁଷ୍ଠିତ ହୋଇଛି । ଖୁବଶୀଘ୍ର କଶ୍ମୀର ଘାଟିରେ ଆତଙ୍କବାଦୀ ବିରୋଧୀ ଅଭିଯାନ ଆରମ୍ଭ ହେବା ନେଇ ଆଲୋଚନା ଜୋର ଧରିଛି ।

Leave A Reply

Your email address will not be published.