ଗଦାଧର ସାହୁ
ହେ ପ୍ରଭୁ !
ମୋ ଗର୍ବ
ମୋ ଅହଂକାର
ଅତି ଦାନର ବଡିମା,
ତୁମର ଗୋଟିଏ
ପାଦ ତଳକୁ ନିଅଣ୍ଟ ।
ଥରେ ତୁମେ
ଚାପିଥିଲ ତୁମ ପାଦ
ବଳି ରାଜା ମଥା ପରେ,
ଲଭିଥିଲେ ଶାନ୍ତି, ମୁକ୍ତି
ମୋକ୍ଷ ପ୍ରାପ୍ତି ସେ ପାଦ ସ୍ପର୍ଶରେ ।
ଏବେ ତୁମେ ଆଉଥରେ
ଚାପିଦିଅ ସେହି ପାଦ
ସକଳ ମଥାରେ,
ପାତକ ମୋଚନ ହେଉ
ଗର୍ବ, ଅହଂକାର ସାଥେ
ଅତି ଦାନର ବଡ଼ିମା
ଏ ଜଗତରୁ ଯୁଗ ଯୁଗ ଅପସରିଯାଉ ।
ବ୍ରହ୍ମଗିରି, ପୁରୀ
Comments are closed.