ଅଜୟ କୁମାର ମହାନ୍ତି
କ୍ଷତ ଶୁଖି ଗଲାଣି
ବ୍ୟଥା ସବୁ ଭୁଲି ଆସିଲଣି
ଏବେ ସବୁ ଠିକ୍ ଠାକ୍
ସକାଳ ଚା ର ବାସ୍ନା
ଜୀବନ ଜିଇଁଵାର ନିଶା
ସ୍ବଛନ୍ଦରେ ଟହଲମାରେ
ମଲ୍ଲୀ ଫୁଟା ଅଗଣାରେ।।
ହସନ୍ତ ଫୁଲ ବେଣୀ ଝୁଲାଏ
ପଵନକୁ ଆଖି ମାରେ
ମୌସୁମୀ ଲୋଉଟୁଥାଏ
ରିମ୍ ଝିମ୍ ଶବ୍ଦର ବର୍ଷାର ।
କୈଶୋରର ଫର୍କ ପିନ୍ଧା
କାଗଜର ଡଙ୍ଗା ଭାସେ
ଜଳସୁଅ ସହରୀ ରାସ୍ତାରେ।।
ଅଜୟ କୁମାର ମହାନ୍ତି
କେତେ ସହଜ ସେ ହସ
ଘନ କଳା ମେଘର ଫାଙ୍କରେ
ଇନ୍ଦ୍ରଧନୁ ସାତ ରଙ୍ଗ ଵୁଣେ।
ତାର ଚିବୁକର ଭଉ଼ରିରେ
ଖୁସିମାନଙ୍କର ଲୁଚୁକାଳି
ଆୱରା ପ୍ରଜାପତ ଉଡେ
ସବୁ ବାଦ ବିସମ୍ବାଦ ପରେ।
ଝଡ ପରେ ନୀରବରେ
ଗଢା ହୁଏ ଭଙ୍ଗାରୁଜା ଘର।
ଅଦ୍ଭୁତ ସେ ସମୟ ନିର୍ଘଣ୍ଟ
ପାଉଁଶତଳେ ନିଆଁର ପାଖୁଡା
ପତ୍ରଝଡାପରେ ଉନ୍ମେଷ ନଵକଳିକାର।
ପୁଣି ସଂସାରର ନବକଳେବର
ବଞ୍ଚି ବଞ୍ଚାଇବା ଜୀବନ ସାରାଂଶ।।
ସୀତା ଚୋରି ଲଙ୍କାକାଣ୍ଡ
ଅଯୋଧ୍ୟାରେ ରାମ ଅଭିଷେକ
ସୁଖ ଦୁଃଖ ଶାନ୍ତି ଓ ସର୍ଙ୍ଘଷ
ଭଲ ମନ୍ଦ ପ୍ରେମ ପ୍ରତାରଣା
ଖରା ବର୍ଷା ଶୀତ ଓ ବସନ୍ତ
ଗଡିଚାଲେ ସମୟର ରଥ
ତୁମେ ଆମେ କେବଳ ନିମିତ୍ତ।।
ଅଜୟ କୁମାର ମହାନ୍ତି
Comments are closed.