ବିଦ୍ୟାଧର ପଣ୍ଡା 
ବୋଉ,
ତୁ ଖାଲି କରି ଜାଣୁ
କିଛି କହି ଜାଣୁନାହିଁ,
ଆମକୁ ଭାତ ବାଢି
ହସୁ ତୋରାଣି ପିଇ ।
ବୋଉ,
ପେଟକୁ ନ ଖାଇ କିଛି ସୁଆଦିଆ ଚିଜ
ମୋ’ପାଇଁ ଶ୍ରଦ୍ଧାରେ ଲୁଚାଇ ରଖି ଥାଉ।
ସାରାରାତି ଜରରେ ମୁଁ କମ୍ପିଲା ବେଳେ
ବିଛଣା ପାଖରେ ଆଖିଖୋଲି ବସି ଥାଉ।
ବୋଉ,
ଜନ୍ମ ଦିନଠାରୁ ଆଜି ପର୍ଯ୍ୟନ୍ତ
ତୋ’ ପାଖରେ ମୁଁ ସମ୍ପୂର୍ଣ୍ଣ ଋଣୀ,
ଦେଇ ପାରିନି କେବେ ତ କିଛି ,
ମମତାରେ ନେଇଛୁ ମତେ କିଣି।
ବୋଉ,
ଜୀବନ ସାରା ଦେଇ ଚାଲିଛୁ
ହେଲେ ମାଗିନୁ କେବେ କିଛି,
ମୋ’ ପାଇଁ ତୁ ସେମିତି ଅଛୁ
ମୁଁ କିନ୍ତୁ ପୁରା ବଦଳି ଯାଇଛି।
ବୋଉ,
ଅମୂଲମୂଲ ତୋ ମମତା ତୋର
ସୀମାହୀନ ତୋର ସ୍ନେହ ଆଦର,
ପାଇବୁ ଖୋଜିଲେ ତୁ ମୋ’ପରି ପୁଅ
ମୋ’ପାଇଁ ତୋ’ପରି କିଏ ଅଛି କହ?
ଅଢେଇଗୁଣ୍ଡି
କାନପୁର, କଟକ
ପିନ୍ – ୭୫୪୦୩୭
Comments are closed.