Latest Odisha News

BREAKING NEWS

କବିତା : ସମ୍ପର୍କ ସେତୁ

ବିନୋଦିନୀ ଦାଶ 

ସମ୍ପର୍କ-ଧନଟି ନ ହୁଅଇ ଊଣା
ଥିଲେ ପ୍ରେମ ଆନ୍ତରିକତା
ଜୀଇଁଥିବା ଯାଏ ତାହାକୁ ସାଉଁଟି
ମିଳେ ଜୀବନ ସାର୍ଥକତା
ତେଣୁ ସେ ଧନେ
ଧନିକେ ଯେ ଗଣା ହୁଅଇ
ସମାଜ ଚକ୍ଷୁରେ ଅରଜି ସୁଖ୍ୟାତି
ଦର୍ପଣ ସଦୃଶ ରହଇ ।

ଆଦର କରନ୍ତି ତାହାକୁ ସଭିଏଁ
ଗୃହ ଭଲମନ୍ଦ ପଚାରି
ଉଚିତ୍ ପରାମର୍ଶେ ନିଜର ସମ୍ପର୍କେ
ସେତୁଟିଏ ବି ଗଢ଼ି ପାରି
ସୁଖରେ କାଳ
କାଟି ହୁଅଇ ଦକ୍ଷ ଗୃହୀ
ସଂସ୍କାରିତ ମନ ଉତ୍ତମ ବିଚାର
ସଦାଚର ସଦା କୋଳେଇ ।

ଏପରି ହୃଦୟେ ଉତ୍ସାହର ବାଣୀ
ହୁଏ ଯଦି ପ୍ରତିଧ୍ବନିତ
ଯେଉଁ ସମାଜରେ ତା’ର ଅବସ୍ଥିତି
ଉଦ୍ଯୋଗୀଟି ଅନୁପ୍ରାଣିତ
ବାଇଆ ମନ
ନିନ୍ଦା ପ୍ରଶଂସାଠୁ ଉର୍ଦ୍ଧ୍ୱରେ
ରହି ସମାଜର ମଙ୍ଗଳ ପାଇଁକି
ଲାଗୁଥା’ କର୍ତ୍ତବ୍ୟ କର୍ମରେ ।

କୁରୁଆଁ, ମୁଗପାଳ, ଯାଜପୁର

Leave A Reply

Your email address will not be published.