ଡମ୍ବରୁଧର ବେହେରା
ଭଲ ଲୋକଟିଏ କରିଦିଅ ପ୍ରଭୁ
ଖରାପେ ଗଣା ନ ହେବି
ଲୋକଙ୍କ ଆଗରେ ଭଲ ନିଜେ ବୋଲି
କେବେ ପୁଣି ନ କହିବି…।।
କର୍ମ ପ୍ରତି ତ୍ୟାଗ ବଳିଦାନ ଭାବ
ରହୁ ସଦା ମୋର ମନେ
କର୍ମ ପାଇଁ କେବେ ଆଳସ ପ୍ରବୃତ୍ତି
ନ ଆସୁ କେବେ ବି ଦିନେ….।।
ନିଷ୍ଠା,ଏକାଗ୍ରତା, ଆତ୍ମ ବଳିଦାନ
ଦିଅ ମୋତେ ଦିବ୍ୟଜ୍ଞାନ
କାହାରି ମନରେ କଟୁ କଥା କହି
ନନେବି ଆତ୍ମ ସମ୍ମାନ…..।।
ତ୍ୟାଗ ବିନା କେହି କେବେ ଏ ସଂସାରେ
ଲଭନ୍ତି କି ସଫଳତା
ତୁମ୍ଭରି ଆଶିଷେ ବିନା ଇସାରାରେ
ବଢେ କି ଜୀବନ ଲତା…..!!
ଓଡ଼ିଆ ଶିକ୍ଷକ
ଜବହାର ନବୋଦୟ ବିଦ୍ୟାଳୟ
ସୁରଳ(ଗଞ୍ଜାମ)
ସମ୍ପର୍କ :୯୪୩୭୭୮୮୪୬୪
Comments are closed.