Latest Odisha News

BREAKING NEWS

କବିତା : ସମ୍ପର୍କ

ଦୀପକ କୁମାର ନାୟକ

ଜୀବନର ଏଇ ଦୀର୍ଘ ପଥରେ
ଚାଲୁ ଚାଲୁ ଅନେକ୍ ସମ୍ପର୍କ ସୃଷ୍ଟି
କେହି ମୁହୂର୍ତ୍ତର ବାର୍ତ୍ତାଳାପରେ
ଜନ୍ମ୍ ନେଇଯାଏ ସମ୍ପର୍କ।
କିଛି ଦିନ ଆଦର ଆପଣା ପରେ
ଫେରି ଯାନ୍ତି ଅଜଣା ରାଇଜରେ

ଆଜିକାର ସମାଜରେ ସମ୍ପର୍କ
ଡିମିରି ଫୁଲ ବାସ ପରି
ସମୟ ସାଥିରେ ସବୁତ ହଜିଯାଉଛି
ସେ ଆତ୍ମୀୟତା ସେନେହ
ଲାଗେ ବିଭୀଷିକା ପରି
ସତେ ପଳାଶ ଫୁଲ ପରି!

ବେଳେ ବେଳେ ଚିହ୍ନା ପଥରେ
ଅଜଣା ବାଟୋଇ ହୁ ଏ ଆପଣା
ସମୟ ସାଥିରେ ସେ ସମ୍ପର୍କ
ଯାଏ ହଜି ହଜି ଏମିତି
ମୂଲ୍ୟହୀନ ସମ୍ପର୍କ
ଛଳନା ର ମଧୁର ହାଟରେ ।

ସ୍ମୃତି ହୋଇ ରହିଯାଏ
କିଛି ସମ୍ପର୍କ କଥା ଆଉ ବ୍ୟଥା
ମିଛ ସେନେହ ଆଦର ସମ୍ପର୍କ
ଲାଗେ ଫଟା ଏକ ବଂଶୀ ସ୍ୱର।

କୁସ୍ତିରା, ଧର୍ମଶାଳା, ଯାଜପୁର

Leave A Reply

Your email address will not be published.