Latest Odisha News

BREAKING NEWS

କବିତା : କିଏ ସବୁ ଏମାନେ?

ଗଜାନନ ମିଶ୍ର

କିଏ ସବୁ ଏମାନେ?
କରୁଛନ୍ତି କ’ଣ ସବୁ ଏଠି ?
ଆମ୍ୱ କହିଲେ ନିମ୍ବ ବୁଝି
ଖାଉଛନ୍ତି ଡାଳିମ୍ୱ !

ଏମାନେ କିଏ ସବୁ?
କେଉଁ ଆଡୁ କେଉଁ ଆଡକୁ
କରୁଛନ୍ତି ଯା’ଆସ ?
କ’ଣ ସବୁ ଉଦ୍ଦେଶ୍ୟ ?

ସବୁ ଏମାନେ କିଏ?
ଅଛନ୍ତି କି ଆରାମରେ?
ଲାଭାଲାଭର ହିସାବ ବାହାରେ
ଗୋଟିଏ ଗୋଟିଏ!

ଏମାନଙ୍କର ସଂଖ୍ୟା କେତେ?
ଏମାନେ ସବୁ କିଏ ସତେ !
ଭୂତ ଭଳି ଦିଶୁଛନ୍ତି
ଭୂତ ହୋଇ ଯାହାତାହା
ଯାଉଛନ୍ତି କରି ଦେଖୁ ଦେଖୁ
ବାଗଶାଗ ନାଇଁ କିଛି।

ଏମାନଙ୍କ ପାଇଁ ଏତେ ଚିନ୍ତା?
ଏମାନେ ସବୁ ଏଇଠି କୋଉଠି
ବ୍ୟସ୍ତ ଘରତିଆରିରେ,
ଜାଣି ନାହାନ୍ତି ଯଦିଓ
ଘରେ ରହିବା ଲୋକ କିଏ
ବଦଳୁଥିବା ଘର ଭିତରେ।

ତପୋବନ, ଟିଟିଲାଗଡ

Comments are closed.