Latest Odisha News

BREAKING NEWS

କବିତା : ଶବ୍ଦ ମାଧୁର୍ଯ୍ୟ

ଗାୟତ୍ରୀ ମିଶ୍ର 

ସଙ୍ଗୀତମୟ ଏ ପ୍ରକୃତି ରାଣୀଟି
ଶୁଭେ ଚଉଦିଗେ ଗୀତ,
ସଙ୍ଗୀତ ନିନାଦେ ଶବ୍ଦାୟିତ ଧରା
ପ୍ରତି ନିନାଦରେ ଛନ୍ଦ ।

ପ୍ରଭାତେ କୁକ୍କୁଟ ମାରଇ କୁହାଟ
ଉଷା ସ୍ଵାଗତେ ବିଭୋର,
କୋକିଳର କୁହୁ ପଞ୍ଚମ ତାନରେ
ଆମ୍ର ଡାଳେ ମିଠା ସ୍ୱର ।

ବୁଲବୁଲ ଗାଏ ମନ ମତାଣିଆ
ପକ୍ଷୀ ଡେଣା ଫର ଫର,
କାଠହଣା କରେ କୁଟୁର କୁଟୁର
ସରୀସୃପ ସର ସର ।

ଟୁପୁରୁ ଟାପୁରୁ ବରଷା ବରଷେ
ମଣ୍ଡୁକ ଗାଉଛି ଗୀତ,
କ୍ଷଣପ୍ରଭା କରେ ଘଡ ଘଡି ନାଦ
ଶ୍ରାବଣୀର ମଧୁ ଗୀତ ।

କୁଳୁ କୁଳୁ ଝରେ ନିର୍ଝର ସୁନ୍ଦରୀ
ଘୁଉ ଘୁଉ ରତ୍ନାକର,
କାକର ଝରଇ ଟିପି ଟିପି ଶବ୍ଦେ
ସlଏଁ ସlଏଁ ଯେ ସମୀର ।

ରାତ୍ରୀ ପ୍ରହରରେ ନିଃଶବ୍ଦେ ନିନାଦ
ଝିଙ୍କାରିର ଝିଇଁ ଝିଇଁ ,
ଶୃଗାଳ କରଇ ହୁକେ ହୁ ତାନ
ଉଲ୍ଲୂକ ହୁଁ କରଇ ।

ଶିରି ଶିରି ଶବ୍ଦେ ପଲ୍ଲବ କମ୍ପନ
ପ୍ରତି ପ୍ରାଣୀ କୁହେ ଭିନ୍ନ,
ପ୍ରତିଟି ଶବ୍ଦରେ ଅଛି ଯାଦୁଗରୀ
ପ୍ରକୃତି ଦାନ ଅନନ୍ୟ ।

ନିତ୍ୟ ସଙ୍ଗୀତର ଝରଇ ନିର୍ଝର
ଶୁଭେ ମଧୁର ମଧୁର,
ମନ୍ତ୍ର ମୁଗ୍ଧ ପ୍ରାଣ ନିରନ୍ତର ଭିଜେ
ଶବ୍ଦ ମାଧୁ6ର୍ଯ୍ୟ ବିଭୋର ।

ଖୋର୍ଦ୍ଧା

Leave A Reply

Your email address will not be published.