Latest Odisha News

କବିତା : ରାଜନୀତି

ଲୋପାମୁଦ୍ରା ନାୟକ 

ରାଜନୀତି ଏଠି ଲାଗେ ରଣନୀତି
ସଭିଏଁ ସଭିଙ୍କ ଶତ୍ରୁ ।
ସତ୍ତ୍ୱା ପଛରେ ସଭିଏଁ ଉନ୍ମାଦ
ବହିଯାଏ ରକ୍ତ ବିନ୍ଦୁ ।

ସଜା ହୋଇଲାଣିରଣକ୍ଷେତ୍ର
ବାଜିଲାଣି ଯୁଦ୍ଧ ବିଗୁଲ୍ ।
ଦେଶ କଥା ଏଠି ଭାବେ ନାହିଁ କେହି
ନିଜ ସ୍ବାର୍ଥରେ ସବୁ ମସଗୁଲ ।
ଗଣତନ୍ତ୍ର ଆଜି ପଛରେ ପଡ଼ିଛି
ସ୍ବାର୍ଥ ଦୌଡ଼ରେ ଲାଗିଛି ଭିଡ଼ ।
ଉନ୍ନତି ପଥକୁ ପାସୋରି ଦେଇକି
ସଭିଏଁ ଖୋଜୋନ୍ତି ଦୁର୍ନୀତି ମୋଡ଼ ।

ଉଠ ହେ ଦେଶର ଜାଗ୍ରତ ପ୍ରହରୀ
ଉଠ ନକରି ଡେରି ।
ଶୋଇ ରହିବାକୁ ବେଳନାହିଁ ଆଉ
ସଙ୍କଟରେ ଆଜି ମା’ ଆମରି ।

ଭଦ୍ରକ
୮୦୧୯୬୭୦୩୨୩ 

Leave A Reply

Your email address will not be published.