Latest Odisha News

BREAKING NEWS

କବିତା : ଫେରିଆସ ସନାତନ

ମାନସ ରଞ୍ଜନ ମହାପାତ୍ର 

କେଉଁ ଟ୍ରକ୍ ଡାଲାରେ ହଜିଲ
କେଉଁ ଜଙ୍ଗଲ ରେ, ପାହାଡ଼ରେ
ତୁମେ ହଠାତ୍ ଓହ୍ଲାଇଗଲ ଓ ହଜିଗଲ ପ୍ରିୟ ସନାତନ !

ସେଦିନ ଗଲ ଯେ ଗଲ ଓ ମୁଁ
ଖୋଜିଲି ସାରା ପୃଥିବୀ, ମହାଦେଶ,
ମହାନଗରୀ, ମହାସାଗର
କେଉଁ ଯୋଗୀ ବେଶରେ, କେଉଁ
ହିମାଳୟ କି ଆଲପସ୍ କି କେଉଁ
ଅସରନ୍ତି ପର୍ବତମାଳାରେ
ତୁମେ ହଜିଲ ଯେ ହଜିଲ , କୁଆଡ଼େ ଗଲ ?

ଏବେ ଏଠି ଅଚାନକ ଖରାଦିନ
ପ୍ରବଳ ଧୂଳି ଝଡ଼ ରେ ବନ୍ଦ ଚାରିଆଡ଼
ତୁମେ ଫେରିଆସ ସନାତନ
ଭଙ୍ଗା ଟ୍ରକ୍ ଡାଲା ମାନଙ୍କୁ ଆମେ ସଜାଡ଼ିବା
ଭରିବା ସ୍ଵପ୍ନରେ
ଭୁଲିଯିବା ସବୁ ଗଲାଦିନ
ଫେରିଆସ ଫେରିଆସ
ସନାତନ !

ଶୀଳାଚିନ୍ମୟ
ମଧୁବନ ଷଷ୍ଠ ଗଳି
ଟିକରପଡା ରୋଡ଼, ପୁରୀ
୯୮୯୧୯୪୬୧୭୮

Comments are closed, but trackbacks and pingbacks are open.