Latest Odisha News

BREAKING NEWS

ଗୋଟିଏ ଦିନରେ ବାପା ହେବା ସହ କୋଟିପତି ଖେଳାଳି ହେଲେ ଶିବମ ଦୁବେ

ନୂଆଦିଲ୍ଲୀ: କ୍ରିକେଟର ଶିବମ ଦୁବେଙ୍କ ପାଇଁ ଆଜିର ଦିନ ସ୍ମରଣୀୟ ହୋଇ ରହିବ । ସେ ଗୋଟିଏ ଦିନରେ କୋଟିପତି ହେବା ସହ ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଆଇପିଏଲ ନିଲାମରେ ଚେନ୍ନାଇ ସୁପର କିଙ୍ଗସ ତାଙ୍କୁ ୪ କୋଟି ଟଙ୍କାରେ କ୍ରୟ କରିଛି । ଅଲରାଉଣ୍ଡର ଶୁଭମଙ୍କ ବେସ ପ୍ରାଇସ ୫୦ଲକ୍ଷ ରହିଥିଲା । ଅପରପକ୍ଷରେ ପତ୍ନୀ ଅଞ୍ଜୁମ ଖାଁ ପୁତ୍ର ସନ୍ତାନ ଜନ୍ମ କରିଛନ୍ତି । ଅବଶ୍ୟ ୨୦୧୯ ତୁଳନାରେ ଶିବମଙ୍କ ପ୍ରାଇସରେ ପତନ ଘଟିଛି । ସେ ସମୟରେ ୫ କୋଟି ଟଙ୍କାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ତାଙ୍କୁ ଟିମରେ ନେଇଥିଲା ।

ଆନ୍ତର୍ଜାତୀୟ ମୁକାବିଲାରେ ସେ ଗୋଟିଏ ଦିନିକିଆ ଖେଳି ୯ରନ କରିଛନ୍ତି । ସେହିପରି ୧୩ଟି୨୦ରେ ୧୦୫ ରନ ଏବଂ ୫ ୱିକେଟ ହାସଲ କରିଛନ୍ତି । ଆଇପିଏଲରେ ୨୨ ମ୍ୟାଚରେ ୩୯୯ ରନ ଏବଂ ୪ଟି ୱିକେଟ ଅକ୍ତିଆର କରିଛନ୍ତି ।

Comments are closed, but trackbacks and pingbacks are open.