ମାନସ ରଞ୍ଜନ ମହାପାତ୍ର
ଥିଲି ନାଳ କଡ଼ରେ
ଏବେ ତିନି ମହଲା କୋଠାରେ ଯେ
ନାଳ ମଝିରେ
ଭଲ ଥିଲି,ଏକା ଥିଲି
ଏବେ ପରିବାରରେ,ଅଥଚ
ଏକା ଏକା ସହବାସରେ
ପହଞ୍ଚିଗଲି ପର୍ବତ ଚୂଡାରେ ତ
ଏବେ ମାଟିରେ
ମାଟିମଗ୍ନ ହେଇ ବଞ୍ଚି ପାରନ୍ତି ହେଲେ
ଗଲା ଦିନର ସ୍ମୃତି
ଚଉକି ଓ ଛାତ
ବାରମ୍ବାର ମତେ ଠିଆ କରଉଛି
ଲଙ୍ଗଳା କରି ବଜାରରେ
ଲଙ୍ଗଳା ହେଇ ଏକାଏକା ବଞ୍ଚି ଯାଆନ୍ତି ହେଲେ !
୯୮୯୧୯୪୬୧୭୮
Comments are closed.