Latest Odisha News

BREAKING NEWS

କବିତା : ଲୀଳାମୟ ତୁମେ ଜଗନ୍ନାଥ

ପ୍ରଶାନ୍ତ କୁମାର ନାଥ

ଲୀଳାମୟ ତୁମେ ନୀଳ ଜଳଧିରେ
କୋଟି ଜଳ ବିନ୍ଦୁ ରାଶି
କେ ପାରିବ କଳି ତୁମ ରୂପ ରାଶି
ଏ ଜଗତ ଦାଣ୍ଡରେ ବସି।

ପ୍ରତି ହୃଦୟରେ ତୁମେ ବିରାଜିତ
ସୁକ୍ଷ୍ମ ରୂପ ତୁମ ଧରି
ମୃତେ ଵି ଜୀବିତ ଜୀଵିତେ ବି ମୃତ
ଜୀବନକୁ କର ପାରି।

ପିୟୁଷରେ ତୁମେ ବିଷରେ ବି ତୁମେ
ଅଣୁ ପରମାଣୁ ତୁମେ
ସୃଷ୍ଟି କାରୀ ତୁମେ ରକ୍ଷା କାରୀ ତୁମେ
ପ୍ରଳୟଂକାରୀ ବି ତୁମେ।

ଲୀଳାମୟ ତୁମେ ଲୀଳାର ଠାକୁର
କେ ପାରିବ ବର୍ଣ୍ଣି ତୋତେ
ଅଦେହୀ ଭୂଦେବୀ ସର୍ବ ଦେବାଦେବୀ
ପୂରି ଅଛ ତୁମେ ସତେ।

ଜଗତର ନ୍ନାଥ ତୁମେ ଜଗନ୍ନାଥ
ଲୀଳାମୟ ତୁମେ ହରି
ଜଗତଜନଙ୍କୁ ଉଦ୍ଧାରିବା ପାଇଁ
ବସିଛ ଶ୍ରୀକ୍ଷେତ୍ର ବରି।।

ଜୁଣଗଡି (ରାଜନଗର )କେନ୍ଦ୍ରାପଡ଼ା

Leave A Reply

Your email address will not be published.