ପ୍ରିୟମ୍ବଦା ସାମଲ
ପ୍ରଚଣ୍ଡ ଗ୍ରୀଷମରେ ଉତ୍ତପ୍ତ ଧରା
ଧରଣୀ ରାଣୀ ଫେଡି ନେତ୍ର ଅଧିରା।
ଗବାକ୍ଷ କୋଣୁ ଚାହେଁ ସୁପ୍ତ ଜଳଦ
କେବେ ସେ ଭିଜାଇବ ହୋଇ ବାରିଦ।
ସୁଷ୍ମ ଧୂଳିକଣା ଉଡ଼ଇ ନଭରେ
ଉତ୍ତପ୍ତ ବାୟୁ ଜୀବନ ବ୍ୟସ୍ତ କରେ।
ପ୍ରବଳ ଘର୍ମ ଅସ୍ତବ୍ୟସ୍ତ ଜୀବନ
କାଳ ବୈଶାଖୀକୁ କରେ ନିମନ୍ତ୍ରଣ।
ପ୍ରାତଃ କାଳରେ ଧରା ପ୍ରପାତ ଶାନ୍ତି
କ୍ରମେ ରବିଗମନେ ବଢ଼ଇ ତାତି।
ଜୀବ ଜନ୍ତୁ ଡହଳ ବିକଳ ହୋଇ
ଜଳପାନ ନିମନ୍ତେ ତୃଷିତ ଚାହିଁ।
ପକ୍ଷୀକୁଳ ଆଶ୍ରୟ ନିଅନ୍ତି ବୃକ୍ଷେ
ଅଧିରେ ଗବାକ୍ଷେ ଘନ ଦେଖନ୍ତେ।
ଶୁଷ୍କ ପଡ଼ିଛି ସର୍ବ ଭୂମି ଧରଣୀ
ଆତୁର ଚାହେଁ ରହି ପ୍ରାଣ ସଙ୍ଗିନୀ।
ଗବକ୍ଷେ ବାର ବାର ସେ ଚାହୁଁ ଥାଏ
କେବେ ଫେରିବେ ଭର୍ତ୍ତା ନିଜ ଆଳୟେ।
ପ୍ରଦୋଷ ଆଗମନ ଧରଣୀ ଶାନ୍ତ
ହଟିଯାଏ ଦିବସର କର୍ମକ୍ଳାନ୍ତ।
ଉତ୍କଣ୍ଠା ହୋଇ ସର୍ବେ ଘନକୁ ଭାଷେ
ଗଵକ୍ଷେ ଚାହିଁ ବର୍ଷା ରାଣୀକୁ ରୋଷେ।
କୁଶଳ ବାର୍ତ୍ତା ଆଣ ଜଳଦ ତୁହି
ଭିଜାଇ ଦିଅ ଧରା ତାତୁଛି ମହୀ।
(ରାଗ – କଳହଂସ କେଦାର ରାଗରେ ଗ୍ରୀଷ୍ମ ବର୍ଣ୍ଣନା)
ଭୁବନେଶ୍ଵର
Comments are closed.