ପ୍ରିୟମ୍ବଦା ସାମଲ
ଈଶ୍ଵରଙ୍କ ଦାନ ଏ ବିଶ୍ଵ ଭୁବନ
ବନାନୀ ଅଟଇ ସାର
ନିଃଶବ୍ଦ ନିର୍ଜନେ ଝରଇ ଝରଣା
ଗାଇ ସୁମଧୁର ସ୍ୱର।
ଫୁଲ ଫଳ ଭରା ସବୁଜ ବନାନୀ
ସୌମ୍ୟ ଶାନ୍ତ ତାର ରୂପ
ସୁଗନ୍ଧରେ ଭରା ଶୋଭାର ଭଣ୍ଡାର
ସୌନ୍ଦର୍ଯ୍ୟ ତା ଅପରୂପ।
ପକ୍ଷୀର କାକଳୀ ମନ ନିଏ କିଣି
ଜୀବଜନ୍ତୁ ବିଚରଣ
ନିର୍ଭୟ ଜୀବନ କରେ ଆସ୍ଵାଦନ
ବନାନୀ ଧରା ଜୀବନ।
ଝରଣାର ଜଳ ଅତି ସୁଶୀତଳ
ଅମୃତ ସମ ତା ସ୍ଵାଦ
ସ୍ନାନେ ମିଳେ ଶାନ୍ତି ଦିଅଇ ପ୍ରଶାନ୍ତି
ମନେ ଜଗାଇ ଆନନ୍ଦ।
ରଙ୍ଗ ବେରଙ୍ଗର ଫୁଲ ଫଳ ସେତ
ଯୋଗାଏ ମାନବ ପାଇଁ
ଗୁଳ୍ମ ଚେର ତାର ବଞ୍ଚାଏ ଜୀବନ
ଔଷଧର ରୂପ ନେଇ।
ଶାନ୍ତ ସ୍ନିଗ ଅପରୂପ ଶୋଭାମୟ
ଶାନ୍ତିର ବୈଠକ ଘର
ମୁନି ଋଷି ମାନେ ତପଶ୍ଚର୍ଯ୍ୟା ପାଇଁ
ନିବାସନ୍ତି ବନାନୀର।
ଭୁବନେଶ୍ବର
Comments are closed.