Latest Odisha News

BREAKING NEWS

ବୁଢାପଡା ସ୍କୁଲ ଛାତ୍ର ମୃତ୍ୟୁ ଘଟଣାରେ ଆକ୍ସନ: ୪ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିଲମ୍ବିତ

ନୂଆପଡା ଜିଲ୍ଲା ବୋଡେନ ବ୍ଲକ ବୁଢାପଡା ସ୍କୁଲରେ ଛାତ୍ର ମୃତ୍ୟୁ ଘଟଣାରେ ଆକ୍ସନ  ।  ଦୁଇ ଜଣ ଶିକ୍ଷକ ଓ ଦୁଇ ଜଣ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଯାଇଛି  । ଏହି ୪ ଜଣଙ୍କୁ ନିଲମ୍ବନ କରିଛନ୍ତି ବ୍ଲକ ଶିକ୍ଷା ଅଧିକାରୀ । ଗତକାଲି ସ୍କୁଲ ପାଖ ଏକ ନାଳରେ ବୁଡି ଜଣେ ତୃତୀୟ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଥିଲା  । ଘଟଣା ଘଟିବା ପରେ ବିଦ୍ୟାଳୟରେ ଦୀର୍ଘ  ୧୦ ଘଣ୍ଟା ଧରି ଉତ୍ତେଜନା ଲାଗି ରହିଥିଲା । ମୃତ ଛାତ୍ର ବୁଢାପଡାର କେଶବ ଜଗତ ବୋଲି ଜଣାପଡିଛି ।

ଗତକାଲି ମଧ୍ୟାହ୍ନ ଭୋଜନ କରିବା ପରେ କେଶବ ବାହାରେ ବୁଲାବୁଲି କରିବା ସମୟରେ କୁକୁର ମଳରେ ଗୋଡ ପକାଇଦେଇଥିଲା ।  ବିଦ୍ୟାଳୟର ଶିକ୍ଷକ ନଦୀରେ ଗୋଡ ଧୋଇ ଆସିବାକୁ କହିଥିଲେ ।  ପରେ କେଶବ ନଦୀକୁ ଯାଇ ସେଠାରେ ବୁଡି ଯାଇଥିଲା । ଖବର ପାଇ ଶିକ୍ଷକ ଜଣକ ଘଟଣାସ୍ଥଳକୁ ଯାଇଥିଲେ । ହେଲେ କେଶବକୁ ଉଦ୍ଧାର କରିନଥିଲେ । ଦୁଇ ଜଣ ଛାତ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହାରି ମଧ୍ୟରେ କେଶବର ମୃତ୍ୟୁ ଘଟିଥିଲା । କେଶବର ପରିବାର ଲୋକେ ଏମିତି କିଛି ଅଭିଯୋଗ ଆଣିଥିବା ଜଣାପଡିଛି  ।

Leave A Reply

Your email address will not be published.