ସାଗରିକା ଦାସ
ମୋର
ଏକାନ୍ତ ମୂହୁର୍ତ୍ତ ସବୁ
ଆଉ ମୋର୍ ହୋଇନାହିଁ
ସେଥିରେ ଅତିଥି ଯେ ତୁମେ !
ସମୟର ଅଦ୍ଭୁତ ଟାଣଟୁଣ
କର୍ତ୍ତବ୍ୟ ତା ଛଳନାରେ ବାହିନିଏ ଜୀବନ ,
ତା’ରି ଫାଙ୍କରେ ଅଳ୍ପଗଳ୍ପ୍ ନିଜସହ
ନୀରବ ,ପ୍ରତିକ୍ରିୟାବିହୀନ ,ସ୍ବଛ….
ସେତିକି ସମୟବି ଛଡ଼େଇନେଲ ତୁମେ ?
ଇସ୍ କି ଭୟଙ୍କର ସ୍ୱାର୍ଥପର ଯେ !
ନିଜ ସହିତ ଗପୁଛି ଏବେବି କିନ୍ତୁ ,
ଶୁଣୁଛ ତୁମେ ଅଠୁ କ୍ଷ ଏକାଗ୍ର ହୋଇ
ଭାବନାର ବୁଢିଆଣୀର ଜାଲ ବୁଣେ
ପେଟତଳର ଅଠା କି ତୁମ ନା’ରେ ଗଢା?
ଭାବନାର ସୁତା କେବେ ଅଡୁଆ ତଡୁଆ
ସଜାଡେ ଛିଣ୍ଡେ ଯୋଡେ ମୋ ମନ ଯେ ଇଶ୍ବର ,
ହାତଧରି ତୁମେ ମେଘ ରାଇଜେ ବୁଲାଅ
କିଶୋର ଚପଳେ ଉଡି ବୁଡି ସାନ୍ଧ୍ର ଆଦ୍ରତାରେ ।
ମୋ ଓଠରେ ହସ ଲାଗିଛି
ଆଖିରେ ଅସ୍ତଗାମୀ ସୂର୍ଯ୍ୟର ନାଲିମା
ପୁଣିଥରେ ୠତୁସ୍ନାତ ଶରୀର
ସ୍ନାୟୁ ,ମାଂସପେଶୀ, ଅସ୍ଥି ,ପଞ୍ଚନ୍ଦ୍ରିୟ
ସ୍ବାଗତ କରୁଛି ଯୌବନକୁ ତୁମପାଇଁ କି?
ତୁମଆଖିର ଶତ ମୁଗ୍ଧ ସ୍ବପ୍ନ
ସମୟର ସୀମା ଲଙ୍ଘିବାର ସ୍ପର୍ଦ୍ଧା ।
ଦୁନିଆର ଭୟଙ୍କର ପରିସ୍ଥିତି/ରୂପ
ଆଖିଆଗେ ଉଜୁଡେ ଶତ ସଂସାର
ସବୁଜାଣି ବି ଗପୁଛି ମୁଁ, ଶୁଣୁଛ ତୁମେ
ତୁମେ କହୁଛ ମୁଁ ପିଇଯାଉଛି ଅବା
ଇସ୍ …. କି ନିର୍ବାକ୍ ଆମେ !
ସତେ କ’ଣ ଅନୁଭୂତି ବୟସ୍କ କରାଏ ?
ନା…ଜୀବନର ନାମ ଅନୁଭବ,ଶିହରଣର ଗୁଚ୍ଛ …
ଥମିଯାଇଥିବା ଅଲରା ସ୍ବପ୍ନମାନ ମନସିଲଟରେ
ପୁଣିଥରେ ଜୀଇଁ ଉଠିବାର ପ୍ରତିଶୃତି !
Comments are closed.